Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ସହ ୬ ବାଇକ ଜବତ : ୭ ଜଣ ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପୋଲିସ ଦ୍ୱାରା ୨୦୩ କେଜି ଗଞ୍ଜେଇ ସହ ୬ ବାଇକ ଜବତ କରିଛି। ଏଥିସହ ୭ ଜଣ ଗଞ୍ଜେଇ ଚାଲାଣ କାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୋଚ୍ଛାପଡା ଥାନା ବାଲନ୍ଦାପଡା ପଞ୍ଚାୟତ ର କେନ୍ଦୁଗୁଡା ଘାଟି ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଗୋଚ୍ଛାପଡା ପୋଲିସକୁ ସୂଚନା ମିଳିଥିଲା l ସୂଚନା ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ସକାଳ ୯ ଟା ସମୟରେ କେନ୍ଦୁ ଗୁଡା ଘାଟି ନିକଟରେ ଜଗି ରହିଥିଲେ। ଗଞ୍ଜେଇ ଚାଲାଣ କାରୀ ମାନେ ଅଖାରେ ଗଞ୍ଜେଇ ଭର୍ତ୍ତି କରି ୬ ଟି ବାଇକ ରେ ଗଞ୍ଜେଇ ନେଇକି ଯାଉଥିଲେ। ପୋଲିସ ସମସ୍ତଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଗଞ୍ଜେଇ ସହ ୬ ଟି ବାଇକ କୁ ଜବତ କରି ଗଞ୍ଜେଇ ଚାଲାଣ କାରି ମାନଙ୍କୁ ଗିରଫ କରିଥିଲା। ତେବେ ଏହି ଗଞ୍ଜେଇ ଗୋଚ୍ଛାପଡା ଥାନା ଅଞ୍ଚଳ ରୁ ବୌଦ୍ଧ ଜିଲ୍ଲା ଘଣ୍ଟା ପଡା ଅଞ୍ଚଳକୁ ଚାଲାଣ କରାଯାଉ ଥିବା ଚାଲାଣ କାରି ମାନେ ପୋଲିସକୁ ସୂଚନା ଦେଇଛନ୍ତି l ତେବେ ଗଞ୍ଜେଇ ଚାଲାଣ କାରୀଙ୍କ ମଧ୍ୟରେ ଗୋଚ୍ଛାପଡା ଥାନା ଅଞ୍ଚଳର ସୁଲଳିତ ନାଗ ଗ୍ରାମ କେନ୍ଦୁଗୁଡା ଓ ଦୀପଙ୍କର ବଗର୍ତି ଲୁଇସିଂ ପଞ୍ଚାୟତ ର କୁମେଲସିଂ ଗାଁର ବୋଲି ଜଣା ପଡ଼ିଥିବା ବେଳେ ଇଲାବନ୍ତ ପାତ୍ର ରିଙ୍ଗାପଡା ଗାଁ, ସନ୍ତୋଷ ରଣା ଗ୍ରାମ ରିଙ୍ଗାପଡା ଏବଂ ସନ୍ତୋଷ ଦିଶ୍ରୀ ଗ୍ରାମ ଖେମୁଣ୍ଡି ଗଡ଼, ତୃତୀୟା ବିଶି ଗ୍ରାମ ଖେମୁଣ୍ଡି ଗଡ଼,ଡିଙ୍ଗିରୀ ରଣା ଗ୍ରାମ ସିଲେଟପଡା ଓ ସମସ୍ତ ୫ ଜଣ ଘଣ୍ଟା ପଡା ଥାନା ହୋଇଥିବା ବେଳେ ଜିଲ୍ଲା ବୌଦ୍ଧ ସୂଚନା ମିଳିଛି l ଅନ୍ୟ ପଟେ ଗୋଛାପଡା ଥାନାରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ଗିରଫ ସମସ୍ତ ୭ ଜଣ ଗଞ୍ଜେଇ ମାଫିଆ ଙ୍କୁ କୋର୍ଟ ଚାଲାଣ କରିଥିବା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି l