Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ହତ୍ୟା ମାମଲା; ଗୃହରେ ତାତିଲେ ବିରୋଧୀ ; ପ୍ରଶ୍ନର ଉତ୍ତର ଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ସକାଳେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଗୃହ ୪ଟା ଯାଏ ମୁଲତବୀ ରହିଥିଲା। ତେବେ ପୁଣି ଗୃହ ଆରମ୍ଭ ହେବା ପରେ ପୂବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଗୃହରେ ହୋହଲ୍ଲା ଦେଖିବାକୁ ମିଳିଛି। ବିଧାୟିକା କୁସୁମ ଟେଟେ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନିଯୁକ୍ତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ ୧୯୯୨ଠାରୁ ୨୦୦୯ ପର୍ଯ୍ୟନ୍ତ ଗୋପାଳ ଦାସ ବ୍ରହ୍ମପୁରଠାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇବା ପରେ କେଉଁ ଅଧିକାରୀ କିମ୍ବା ରାଜନେତାଙ୍କ ପିଏସ୍‌ଓ ଭାବେ କାର୍ଯ୍ୟ କରୁଥିଲେ।

ଏହାର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ୧୯୯୨ଠାରୁ ୨୦୦୯ ପର୍ଯ୍ୟନ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ କୌଣସି ଅଧିକାରୀ କିମ୍ବା ରାଜନେତାଙ୍କର ପିଏସ୍‌ଓ ଭାବେ କାର୍ଯ୍ୟ କରୁନଥିଲେ।

ଏହାସହ ସ୍ବରାଷ୍ଟ୍ର ମନ୍ତ୍ରୀ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। ଅଭିଯୁକ୍ତ ଗୋପାଳ ଦାସ ମାନସୀକ ରୋଗ ନିମନ୍ତେ କେତେଥର କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ ଓ ଚାକିରି କାଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅନେକ ଥର ଉତ୍ତମ ଦାୟିତ୍ୱ ପାଳନ ନିମନ୍ତେ ପୁରସ୍କାର ପାଇଥିଲେ ସେ ବିଷୟରେ କହିଥିଲେ।

 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ