Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବାଲିଗୁଡ଼ା,୦୩/୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗ ରେ ଥିବା ପାଟ୍ଟଖଣ୍ଡା ସାହି ର ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ମଙ୍ଗଳବାର ସକାଳୁ ସକାଳୁ ଗୋଦାମ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ସାହି ପଡିଶା ଲୋକେ ଖବର ଦେବା ପରେ ଗୋଦାମ ମାଲିକ ଅନନ୍ତ କୁମାର ଦାସ ଆସି ଦେଖିବା ବେଳକୁ ନିଆଁ ଅଣାୟତ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଫୋନ କରିବା ପରେ ଦମକଳ ବାହିନୀ ପହଞ୍ଚି ଦୀର୍ଘ ତିନି ଘଣ୍ଟା ର କସରତ ପରେ ନିଆଁ କୁ ଆୟତ କରା ଯାଇଥିବା ବିଷୟ ଫାୟର ଅଫିସର ସୂର୍ଯ୍ୟ ନାରାୟଣ ଭୋଇ ପ୍ରକାଶ କରିଥିଲେ l ଉକ୍ତ ଗୋଦାମ ରେ ବିସ୍କେଟ୍ , ଚକୋଲେଟ ଓ ବିଭିନ୍ନ ଗ୍ରୋଷୋରି ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ