Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ-କିଶିଦା; ସାଙ୍ଗହେଇ ଖାଇଲେ ଗୁପ୍‌ଚୁପ୍‌, ପିଇଲେ ପଣା

ନୂଆଦିଲ୍ଲୀ: ସୋମବାର ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଦିଲ୍ଲୀରେ କିଶିଦାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ କିଶିଦା ତାଙ୍କ ଭାରତ ଗସ୍ତକୁ ପୁରା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଉଭୟ ପ୍ରଧାନମନ୍ତ୍ରୀ କିଶିଦା ଏବଂ ମୋଦୀ ଭାରତୀୟ ଖାଦ୍ୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ଭାରତୀୟ ବ୍ୟଞ୍ଜନ ମଧ୍ୟରେ ସବୁଠାରୁ ଚଟ୍‌ପଟା ଖାଦ୍ୟ ଗୁପ୍‌ଚୁପ୍‌ ପ୍ରାୟ ସମସ୍ତଙ୍କର ପସନ୍ଦଯୋଗ୍ୟ ଖାଦ୍ୟ। ପିଲାଠାରୁ ବୟସ୍କ ଯାଏ ସମସ୍ତେ ଏହାକୁ ପସନ୍ଦ କରିଥାନ୍ତି। ଜାପାନ ପିଏମ୍‌ ବା ସେଥିରୁ ବାଦ୍‌ ପଡ଼ିବେ କେମିତି। କଥାରେ ଅଛି ଯେ ଦେଶେ ଯାଇ ସେ ଫଳ ଖାଇ। ଜାପାନ ପ୍ରଧାନମନ୍ତ୍ରୀ ଗୁପ୍‌ଚୁପ୍‌ ଖାଇ ଏହାର ଆନନ୍ଦ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ‌ସେତିକି ନୁହେଁ ଲସି ଆଉ ଆମ୍ବ ପଣାର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଦୁଇ ପ୍ରଧାନମନ୍ତ୍ରୀ ମିଶି ଭାରତର ଏହି ପାରମ୍ପରିକ ଖାଦ୍ୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଗୋଟିଏ ଗୁପ୍‌ଚୁପ୍‌ ଖାଇବା ପରେ ଆଉ ଗୋଟେ ମଧ୍ୟ ମାଗିକି ଖାଉଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ