Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସ୍କ୍ରବ ଟାଇଫସ ସଚେତନତା କର୍ମଶଳା

ଭବାନୀପାଟଣା, ୦୬/୧୦ (ଜଗନ୍ନାଥ ନାଏକ) : ରିଖରେ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସ୍କ୍ରବ ଟାଇଫସ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭାପତିତ୍ୱ କରିଥିବା ବେଳେ ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ରୂପେ ଉପସ୍ଥିତି ରହି ଚିଗର୍ସ କୀଟ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ, ବିଲ ଓ ଜଙ୍ଗଲ କୁ ଗଲେ ସ୍କ୍ରବ ଟାଇଫସ ର ସମ୍ଭବନା ଅଧିକ ଥାଏ, ସ୍କ୍ରବ ଟାଇଫସ ର ମୁଖ୍ୟ ଲକ୍ଷଣ ମୁଣ୍ଡ ବ୍ୟଥା, ଥଣ୍ଡା ହେବା, ଶରୀର ଆଣ୍ଠୁଗଣ୍ଠି ବିନ୍ଧା ହେବା ଓ ଏହାର ପ୍ରତିକାର ଉପରେ ଛାତ୍ରଛାତ୍ରୀ ଙ୍କୁ ସଚେତନତା କରାଇଥିଲେ | ଟିକେମଣି ଶବର, ସାରଥୀ ସୋସାଇଟି (ଛତିଶଗଡ) ର ମୁଖ୍ୟ ଅମିତ ଜୟସଶ୍ୱାଳ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କର୍ମଶାଳା ଟିକୁ ସହଯୋଗ କରିଥିଲେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ