Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nitin Gadkari:‘ପଢ଼ାଲେଖା ଅଞ୍ଚଳଠାରୁ କ୍ରିମିନାଲ ଓ ରେଡ୍‌ ଲାଇଟ୍‌ ଏରିଆରୁ ଅଧିକ ଭୋଟ୍‌ ମିଳିଛି’: ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ନିଜ ନିର୍ବାଚନୀ ଅନୁଭୂତି ବାଣ୍ଟି ଗଡକରୀ କହିଛନ୍ତି ଯେ, ଅତ୍ୟଧିକ ପଢ଼ାଲେଖା ଓ ଅଭିଜାତ ଅଞ୍ଚଳ ତୁଳନାରେ କ୍ରିମିନାଲ, ଅଣ୍ଡରୱାର୍ଲ୍ଡ ଓ ରେଡ୍‌ ଲାଇଟ୍‌ ଅଞ୍ଚଳରୁ ତାଙ୍କୁ ଅଧିକ ଭୋଟ୍‌ ମିଳିଛି। ତାଙ୍କ ଦାବି ଅନୁସାରେ, ଶିକ୍ଷିତ ଅଞ୍ଚଳରେ ପ୍ରାୟ ୭୦ରୁ ୭୫ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ଏହି ଅଞ୍ଚଳଗୁଡ଼ିକରେ ପ୍ରାୟ ୯୨ ପ୍ରତିଶତ ଭୋଟ୍‌ ମିଳିଥିଲା।

ଗଡକରୀ ଏହି କଥା କହିବା ସହ ଏହାର ଅର୍ଥ ତାଙ୍କର କୌଣସି ଅପରାଧୀ କିମ୍ବା ଅଣ୍ଡରୱାର୍ଲ୍ଡ କାର୍ଯ୍ୟକଳାପ ସହ ସମ୍ପର୍କ ଥିବା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଥିବା ଅନୁସାରେ, ସେହି ଅଞ୍ଚଳଗୁଡ଼ିକରେ ରାସ୍ତା ନିର୍ମାଣ ସହ ବିଭିନ୍ନ ସାମାଜିକ ଓ ବିକାଶମୂଳକ କାମ କରାଯାଇଥିଲା। ଏହି କାରଣରୁ ସେଠାକାର ଲୋକଙ୍କ ସମର୍ଥନ ମିଳିଥିବା ଗଡକରୀ କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କାହାର ସମର୍ଥନ ମିଳିବାର ଅର୍ଥ ସେମାନଙ୍କ ଅବୈଧ କାର୍ଯ୍ୟକୁ ସମର୍ଥନ କରିବା ନୁହେଁ।

ଗଡକରୀଙ୍କ ଏହି ମନ୍ତବ୍ୟର ଭିଡିଓ ଓ ଉଦ୍ଧୃତି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ବୟାନରେ ସେ ନିଜ ନିର୍ବାଚନୀ ଭୋଟ୍‌ ପ୍ରତିଶତର ଉଦାହରଣ ଦେଇ ଅଞ୍ଚଳଭିତ୍ତିକ ସମର୍ଥନର କଥା କହିଛନ୍ତି। ତେବେ ଏହି ଆକଳନ ଗଡକରୀଙ୍କ ନିଜ ବୟାନ ଉପରେ ଆଧାରିତ ବୋଲି ରିପୋର୍ଟଗୁଡ଼ିକରେ ଉଲ୍ଲେଖ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories