Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋଦୀଙ୍କ ନାଁରେ ଅପମାନଜନକ ମନ୍ତବ୍ୟ; ୧୦୦ରୁ ଅଧିକ ମାମଲା ରୁଜୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସହରରେ ‘ଆପତ୍ତିଜନକ’ ପୋଷ୍ଟର ଲଗାଯାଇଛି। ଏହାକୁ ରାଜନୀତି ସରଗରମ ହୋଇଛି। ଏହି ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ANI ରିପୋର୍ଟ ଅନୁଯାୟୀ, କିଛି ପୋଷ୍ଟରରେ ପିଏମ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଛି। ଯେମିତିକି “ମୋଦୀ ହାଟାଓ ଦେଶ ବାଚାଓ”। ସିପି ଦୀପେନ୍ଦ୍ର ପାଠକ କହିଛନ୍ତି ଯେ ଦିଲ୍ଲୀ ପୋଲିସ ୧୦୦ ରୁ ଅଧିକଙ୍କ ନାଁରେ ଏଫଆଇଆର ପଞ୍ଜୀକୃତ କରିଥିବାବେଳେ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି।

ସବୁ ଏଫ୍‌ଆଇଆର୍‌ଗୁଡିକ ଆପତ୍ତିଜନକ ପୋଷ୍ଟର ଉପରେ ଆଧାର କରି ପଞ୍ଜୀକୃତ ହୋଇଛି। ଦିଲ୍ଲୀ ପୋଲିସ୍ କହିଛି ଯେ ପ୍ରିଣ୍ଟିଂ ପ୍ରେସ୍ ଆକ୍ଟ ଏବଂ ଡିଫେସମେଣ୍ଟ ଅଫ୍ ପ୍ରପର୍ଟି ଆକ୍ଟର ବିଭାଗ ଅନୁଯାୟୀ ସହରର ବିଭିନ୍ନ ଜିଲ୍ଲାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଏଥିରେ କୌଣସି ପ୍ରିଣ୍ଟିଂ ପ୍ରେସର ସୂଚନା ନଥିବା କହିଛି ପୋଲିସ। ପୋଲିସର କହିବା ଅନୁଯାୟୀ ଆମ୍ ଆଦମୀ ପାର୍ଟି ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଖବର ଅନୁଯାୟୀ, ଏକ ଭ୍ୟାନAAP ଅଫିସରୁ ବାହାରୁଥିବା ବେଳେ ତାକୁ ଅଟକା ଯାଇଛି। ସେଥିରୁ କିଛି ପୋଷ୍ଟର ମଧ୍ୟ ଜବତ କରାଯାଇଥିଲା। ଏହି ମାମଲାରେ ତଦନ୍ତ ଚାଲିଥିବା କହିଛନ୍ତି ସିପି।