Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀ

ସୁରଟ: ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ୨୦୧୯ ନିର୍ବାଚନ ବେଳେ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ । ମୋଦୀଙ୍କ ‘ସର୍‌ନେମ୍‌’କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ। ଏ ନେଇ ୨୦୧୯ରେ ରାହୁଲଙ୍କ ନାଁରେ ବିଜେପି ପକ୍ଷରୁ ମାନହାନି ମାମଲା ରୁଜୁ କରାଯାଇଥିଲା। ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସୁରଟ କୋର୍ଟ ଦ୍ବାରା ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

୨୦୧୯ ସାଧାରଣ ନିର୍ବାଚନ ବେଳେ କର୍ଣ୍ଣାଟକର କୋଲାରରେ ଏକ ରାଜନୈତିକ ସମାବେଶରେ ‘ମୋଦୀଙ୍କ ଉପନାମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ‘ସବୁ ମୋଦୀ ଚୋର’ ଅର୍ଥାତ୍‌ ଯେଉଁମାନଙ୍କ ସର୍‌ନେମ୍‌ ମୋଦୀ ସେମାନେ ଚୋର ବୋଲି କହିଥିଲେ ରାହୁଲ।

ଏହାପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମଗ୍ର ମୋଦୀ ସମ୍ପ୍ରଦାୟକୁ ବଦନାମ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ