Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ଓ ପରିବେଶ ବିଭାଗର ଯାଞ୍ଚ: ସିମନବାଡ଼ି ଅଞ୍ଚଳରେ ହାତୀ ବୁଲୁଥିବା ଖବର ଗୁଜବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନର ୫୯ ନଂ ଜାତୀୟ ରାଜପଥର ଟୋଲ୍‌ ଗେଟ୍‌ ନିକଟରେ ହାତୀ ବୁଲୁଥିବା ନେଇ କେହି ଏକ ଜଙ୍ଗଲ ହାତୀର ଫଟୋ ଭାଇରାଲ କରିଛି। ଫଳରେ ଜଙ୍ଗଲ ଓ ପରିବେଶ ବିଭାଗ ଘଟଣାଟିକୁ ଗୁରୁତର ଭାବେ ଗ୍ରହଣ କରି ବାଲିଗୁଡ଼ା ଏସିଏଫ୍‌ ସତୀଶ କୁମାର ଧରୁଆଙ୍କ ନେତୃତ୍ୱରେ କର୍ମଚାରୀମାନେ ଜଙ୍ଗଲରେ ହାତୀ ଖୋଜିବା ସହ ତାର ପାଦ ଚିହ୍ନ ଓ ଜଙ୍ଗଲରେ ଗଛ ଭାଙ୍ଗିଛି କି ନାହିଁ ତାହା ଖୋଜା ଚାଲିଛି। ତେବେ ଜଙ୍ଗଲୀ ହାତୀର କୌଣସି ସନ୍ଧାନ ନ ଥିବା ଏସିଏଫ୍‌ ସତୀଶ ଧାରୁଆ କହିଛନ୍ତି। ହାତୀ ଜଙ୍ଗଲରେ ବୁଲିବା ସମୟରେ ଏକାଧିକ ସ୍ଥାନରେ ଡାଳପତ୍ର ଖାଇଥାଏ। ଏହା ସହଜରେ ହାତୀ ରହିଥିବା ଜଣାପଡ଼ିଥାଏ କିନ୍ତୁ ଯେଉଁ ଅଞ୍ଚଳ ଦେଇ ହାତୀ ଯାଇଥିବା କିଛି ଲୋକ ଗୁଜବ କରୁଛନ୍ତି ତାହା ଏବେ ସୁଦ୍ଧା କୌଣସି ସତ୍ୟତା ଜଣାପଡ଼ି ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ତଥାପି ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଥିବା ଏସିଏଫ୍‌ ଧାରୁଆ କହିଛନ୍ତି। ସେହିପରି ହାତୀ ବୁଲୁଥିବା ଯେଉଁ ବ୍ୟକ୍ତି ଖବର ଦେଇଛନ୍ତି ସେ ଆଉ ଫୋନ୍‌ ରିସିଭ୍‌ କରୁ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ୨୦୦୯/୨୦୧୦ରେ ଲଖାରି ଜଙ୍ଗଲରୁ ହାତୀପଲ ଗଞ୍ଜାମ ଜିଲା ଗଜଲବାଡ଼ି ଦେଇ କନ୍ଧମାଳ ଜିଲାର ରାଇକିଆ ବ୍ଲକ ହୋଇ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଓ କିରିକୁଟି, ବାଡ଼ାବାଙ୍ଗା ପଞ୍ଚାୟତ ଅଞ୍ଚଳରେ ଉପଦ୍ରବ କରିବା ସହ ଏକାଧିକ ଲୋକଙ୍କ ଜୀବନ ଚାଲିଯିବା ସହ ବହୁ ଧନ ସମ୍ପତ୍ତି ନଷ୍ଟ କରିଥିଲେ। ତେଣୁ ବନବିଭାଗ ଏବେ ହାତୀ ଆସିଛିକି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଗୁଜବ କି ବୋଲି ଆଶଙ୍କା କରିଛି।