Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ବିଡ଼ିଓଙ୍କୁ ସାକ୍ଷାତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ ଙ୍କୁ ଉତ୍କଳ ସାମ୍ବାଦିକ ସଂଘ ,କନ୍ଧମାଳ ଶାଖା ପକ୍ଷରୁ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ୱ ରେ ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ରାୟ, ଜିଲ୍ଲା ସଂପାଦକ ବସନ୍ତ ବେହେରା ଓ ବିରୁପାକ୍ଷ ପାତ୍ର ପ୍ରମୁଖ କାର୍ଯ୍ୟାଳୟକୁ ଯାଇ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ। ରାଇକିଆ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ଅଞ୍ଚଳ ର ବିକାଶ ପାଇଁ ସାମ୍ବାଦିକଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି କହିଥିଲେ ଶ୍ରୀ ମଣ୍ଡଳ। ରାଇକିଆ ବ୍ଲକ ର ମାଣିକେଶ୍ୱରୀ ପଞ୍ଚାୟତ ର ଲେଣ୍ଡରୀ କିଆ ଗ୍ରାମର ଭାଗ୍ୟନ୍ତି ଦିଗାଲ ଅର୍ଣ୍ଣପୂର୍ଣ୍ଣା ଯୋଜନା ରେ ଚାଉଳ ପାଉଥିବା ବେଳେ ଏବେ ଆଉ ମିଳୁ ନାହିଁ ତାକୁ ଅନ୍ତୋଦୟ ଯୋଜନା ରେ ସାମିଲ ପାଇଁ ଦାବୀ ହେଉଛି ଏହି ଶୀର୍ଷକ ଖବର କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା ହୋଇଥିଲା । ତାକୁ ସୋମବାର ଦିନ ୧୫କେଜି ଚାଉଳ ପ୍ରଦାନ କରାଯାଇଛି। ଜାନୁୟାରୀ ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ କାର୍ଡ ପ୍ରଦାନ କରାଯିବ ଓ ଚାଉଳ ମିଳିବ ଏହା ପରେ ଖୁବ ଶିଘ୍ର ଅନ୍ତୋଦୟ ଯୋଜନା ରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଶ୍ରୀ ମଣ୍ଡଳ ପୂର୍ବରୁ ଗଞ୍ଜାମ ଜିଲ୍ଲା ସୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥିବା ବେଳେ ନବରଙ୍ଗପୁର,କଳାହାଣ୍ଡି, ଗଜପତି ସମେତ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଥିବା ସେ କହିଛନ୍ତି l