Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଇକିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ ଟି ମିଳିତ ଅଭିଯୋଗ ଶୁଣାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଉପଜିଲ୍ଲାପାଳ ଏମ୍.ଏସ ମଧୁସ୍ମିତା , ଜିଲ୍ଲା ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର ରଣଜିତ ସମେତ ଜିଲ୍ଲାର ଶିକ୍ଷା , ସ୍ବାସ୍ଥ୍ୟ, ପାନୀୟ ଜଳ, ଉଠା ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ କୋଠାବାଡ଼ି, କୃଷି , ଉଦ୍ୟାନ, ରାଜସ୍ୱ, କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ଯୋଜନା ଅଧିକାରୀ ମାନେଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ରାଇକିଆ ବିଡ଼ିଓ ସିମାଞ୍ଚଳ ମଣ୍ଡଳ ପରିଚାଳନା କରିଥିଲେ। ରାଇକିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଅଭିଯୋଗ କାରି ମାନେ ଆସିଥିବା ବେଳେ ସେମାନଙ୍କୁ କିଭଳି ଅଭିଯୋଗ କରି ସୁରଖୁରୁରେ ଯିବେ ସେ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। ଏହି ଶୁଣାଣି ରେ ମୋଟ ୩୧ ଟି ଜନଶୁଣାଣୀ ମଧ୍ୟରୁ ବ୍ୟକ୍ତି ଗତ ୨୫ଟି ସାମୁହିକ ଭାବରେ ୦୬ ଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଛନ୍ତି। ସେଥି ମଧ୍ୟରେ ଭତ୍ତା, ଆବାସ ଯୋଜନାରେ ସାମିଲ, ରାସ୍ତା ନିର୍ମାଣ, ଦେଶୀ ଓ ବିଦେଶୀ ମଦ ବନ୍ଦ ସମେତ ବିଭିନ୍ନ ଦାବୀ ରହିଥିଲା l