Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାଳମଞ୍ଜି କ୍ରୟ ପ୍ରାପ୍ୟ ମିଳି ନ ଥିବାରୁ ଜନ ଅସନ୍ତୋଷ : ତୁରନ୍ତ ପ୍ରଦାନ କରିବାକୁ ମହିଳା ସଂଘର ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଜଙ୍ଗଲକାତ ଦ୍ରବ୍ୟକୁ ଲୋକେ ଉଚିତ ଦରରେ ବିକ୍ରି କରିବେ ସେଥି ପାଇଁ ସରକାରଙ୍କ ତରଫରୁ ଦର ଧାର୍ଯ୍ୟ କରାଯାଇଥାଏ। ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦ୍ଵାରା ଦର ଧାର୍ଯ୍ୟ କରି କିଣିଥାନ୍ତି । କିନ୍ତୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସରକାରଙ୍କୁ ବିକ୍ରି କରିବା ପରେ ୪ ମାସ ବିତଯାଇଥିଲେ ମଧ୍ୟ ପ୍ରାପ୍ୟ ମିଳୁନାହିଁ । ଯାହା ଫଳରେ ମହିଳା ଗୋଷ୍ଠୀ ଓ ଲୋକେ ହନ୍ତସନ୍ତ ହେଉଛନ୍ତି । ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦ୍ବାରା ଶାଳମଞ୍ଜି କିଣାଯାଇଥିଲା । କିନ୍ତୁ ଲୋକେ ଆଜି ପର୍ଯ୍ୟନ୍ତ ଶାଳମଞ୍ଜି ବିକ୍ରି କରିଥିବା ଟଙ୍କା ପାଇନାହାନ୍ତି। ଶାଳମଞ୍ଜି ବିକ୍ରି ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ଟଙ୍କାରେ କିଣିବାକୁ ଦର କରିଥିଲେ। ମହିଳା ଗୋଷ୍ଠୀ ଗୋଟାଳିଙ୍କ ଠାରୁ ମଞ୍ଜି କିଣିବେ । ପରେ ତାକୁ ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ରେ ବିକ୍ରି କରିବେ । ଗତ ମେ ଓ ଜୁନ ମାସ ସୁଦ୍ଧା ମହିଳା ଗୋଷ୍ଠୀ ଶାଳମଞ୍ଜି କିଣି କାର୍ଯ୍ୟାଳୟରେ ବିକ୍ରି କରିଥିଲେ । ଗତ ଜୁନ ମାସ ସୁଦ୍ଧା ୨୧ ହଜାର କୁଇଣ୍ଟାଲ ଶାଳ ମଞ୍ଜି କିଣାଯାଇଛି । ୪ ମାସ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା ପ୍ରାପ୍ୟ ମିଳି ନଥ‌ିବାରୁ ମହିଳା ଗୋଷ୍ଠୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଗୋଟାଳିଙ୍କ ଠାରୁ ମଞ୍ଜି କିଣିଛନ୍ତି ସେମାନଙ୍କୁ ଦେଇ ପାରୁନଥ‌ିବାରୁ ଅସୁବିଧା ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ପଟେ ଶାଳ ମଞ୍ଜି ଗୋଟାଳି ପରିବାର ମଧ୍ୟ ସେମାନଙ୍କ ବିକ୍ରି ଟଙ୍କା ନପାଇ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଶାଖା ପରିଚାଳକ ହେମନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଆମେ ୨୧ ହଜାର କୁଇଣ୍ଟାଲ ଶାଳମଞ୍ଜି କିଣିଛୁ କିନ୍ତୁ ବର୍ତ୍ତମାନ ସୁଦ୍ଧା କିଣା ଯାଇଥିବା ମଞ୍ଜିର ଅଳ୍ପ ପ୍ରାପ୍ୟ ଦିଆଯାଇଛି । ଆଉ ବଳକା ପ୍ରାପ୍ୟ ଆସିଲେ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।