Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ ବର୍ଷ ହେଲା ସୌର ଚାଳିତ ଜଳ ପ୍ରକଳ୍ପ ଅଚଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳ ବାଲୁମାହା ଠାରେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେବ ସୌର ଚାଳିତ ଜଳ ପ୍ରକଳ୍ପ ଅଚଳାବସ୍ଥାରେ ଅଛି ଯାହାଦ୍ୱାରା ଉକ୍ତ ଗ୍ରାମର ଜନସାଧାରଣ ମାନେ ଟୋପାଏ ପାନୀୟଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ପ୍ରକଳ୍ପକୁ ମରାମତି କରିବା ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପ୍ରକଳ୍ପ ମରାମତି କରାଯାଇନାହିଁ। ଘଟଣା ସମ୍ପର୍କରେ ଗଟାମାହା ଗ୍ରାମରେ ଯୁବ ଗବେଷକ ତଥା ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡ଼ିଆ ଅଭିଯୋଗ ପ୍ରକୋଷ୍ଠକୁ ଟ୍ୱିଟ କରି ଅବଗତ କରାଇଥିଲେ ସୁଦ୍ଧା ମଧ୍ୟ ଆଜି ପର୍ଯ୍ୟନ୍ତ ବିଭାଗୀୟ କର୍ତୁପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ତେଣୁ ଯଥାଶୀଘ୍ର ଉକ୍ତ ପ୍ରକଳ୍ପକୁ ମରାମତି କରି ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ବିଭାଗୀୟ କର୍ତୁପକ୍ଷଙ୍କ ନିକଟରେ ଦାବି କରିଛନ୍ତି।