Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିଲ୍ମ ଇଣ୍ଡଷ୍ଟ୍ରି କହିଲେ କଟକ, ଭୁବନେଶ୍ଵର ନୁହେଁ; ମୁଁ ଟୁଟୁ ନାୟକଙ୍କୁ ବ୍ୟାନ କରୁଛି: ମନୋଜ

ଭୁବନେଶ୍ଵର: ତେଜିଲା ବ୍ୟାନ ବିବାଦ। ବିଷ ଉଦଗାରିଲେ ଅଭିନେତା ମନୋଜ ମିଶ୍ର। ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କେବଳ କଟକ, ଭୁବନେଶ୍ଵର ନୁହେଁ। ଏହି ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର। ଆଉ ମୁଁ ଜଣେ ଓଡ଼ିଆ। ମୋତେ ବ୍ୟାନ କରାଯାଇଛି ବୋଲି କିଛି ଚିଠି ପାଇ ନ ଥିବା ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଭିନେତା ମନୋଜ ମିଶ୍ର।

ସେ କହିଛନ୍ତି ମୋତେ ଓଲିଉଡରୁ ବ୍ୟାନ କରାଯାଇଥିବା କଥା ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକ ଗଣମାଧ୍ୟମରେ କହିଛନ୍ତି। ଆଜି ମୁଁ ସେହି ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଛି। ଟୁଟୁ ନାୟକଙ୍କ କୌଣସି ଫିଲ୍ମରେ ଅଭିନୟ କରିବି ନାହିଁ। ସେ ମୋତେ ବ୍ୟାନ କରିବାକୁ କିଏ ବୋଲି ଅଭିନେତା ପ୍ରଶ୍ନ କରିଛନ୍ତି। ଲାଗୁଛି ଅନୁଭବ, ଅରିନ୍ଦମ ଟୁଟୁ ନାୟକଙ୍କ ଚକ୍କରରେ ପଡ଼ି ଯାଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କେବଳ କଟକ କି ଭୁବନେଶ୍ଵର, ସାରା ଓଡିଶାର ବୋଲି ମନୋଜ ମିଶ୍ର କହିଛନ୍ତି। ନରସିଂହ ମିଶ୍ରଙ୍କ ଓଡ଼ିଶା ଦୁଇ ଭାଗ ହୋଇଯିବା ମନ୍ତବ୍ୟ ଉପରେ କିଛି ଉତ୍ତର ରଖି ନାହାନ୍ତି ଅଭିନେତା।

ଉଲ୍ଲେଖନୀୟ, ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦକୁ ବିରୋଧ କରି ତାଙ୍କ ସମର୍ଥନରେ ଆସିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି ମନୋଜ ମିଶ୍ରଙ୍କୁ ବାସନ୍ଦ ଦୁର୍ଭାଗ୍ୟଜନକ। ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି। ବଲାଙ୍ଗିରରେ କୃଷି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି। ପଶ୍ଚିମ ଓଡ଼ିଶା ସବୁ ବେଳେ ଅବହେଳିତ ହୋଇ ରହୁ ବୋଲି ସରକାର ଚାହୁଁଛନ୍ତି।

ସ୍ଵତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି। ସ୍ଵତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନ ଥିଲି, କି ଆଜି ବି ନାହିଁ। ସରକାରଙ୍କ ମନୋବୃତ୍ତି ଯୋଗୁଁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି। ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଏଥିପାଇଁ ଦାୟୀ ରହିବେ। ଉପକୂଳ ଲୋକେ ବି ଏଥିପାଇଁ ଦାୟୀ ରହିବେ ବୋଲି ନରସିଂହ କହିଥିଲେ।