Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତ ବୈଠକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଂଜା ଗ୍ରାମ ପଞ୍ଚାୟତ ହାଇସ୍କୁଲ, ଠାରେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁମାରୀ ବିଜୟାଲକ୍ଷ୍ମୀ ନାଗ ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବ୍ଲକର ପ୍ରତ୍ୟେକ କ୍ଲଷ୍ଟରର ସି.ଆର.ସି.ସି, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସମସ୍ତ ବିଜ୍ଞାନ ଶିକ୍ଷକ ଉପସ୍ଥିତ ରହିଥିଲେ।ଉକ୍ତ ବୈଠକରେ ଗୋଷ୍ଠୀ ବିଜ୍ଞାନ ସାଧନ କେନ୍ଦ୍ର, କର୍ଲାମୁଣ୍ଡାର ନୂତନ ସଭାପତି ଭାବେ ରେଗଡା ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ ମୋହନ ସାହୁ ଏବଂ ସମ୍ପାଦକ ଭାବେ ରିଞ୍ଜା ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ଗାଳ୍ପିକ ସଞ୍ଜୀବ କୁମାର ନାଗ ସର୍ବ ସମ୍ମତିରେ ନିର୍ବାଚିତହୋଇଥିଲେ। ଶେଷରେ ଚଳିତ ବର୍ଷରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କୁ ଆୟୋଜକ ରିଞ୍ଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ରଥ ସମସ୍ତଙ୍କୁ ବିଜ୍ଞାନ ମେଳାକୁ ଆସିବାକୁ ଆମନ୍ତ୍ରଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ