Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ବ୍ଲକ୍‌ ହେଲା ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ଟ୍ବିଟର ଆକାଉଣ୍ଟକୁ ଭାରତରେ ବ୍ଲକ୍‌ କରାଯାଇଥିବା ନେଇ ଟ୍ବିଟର ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଆକାଉଣ୍ଟ ବ୍ଲକ୍‌ କରାଯାଇଥିବା ଜଣାପଡ଼ିଛି।

କୌଣସି ବ୍ୟକ୍ତିବିଶେଷ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ୍ ‘ଆକ୍‌ସେସ୍‌’ କରିବାକୁ ଉଦ୍ୟମ କଲେ ସେଥିରେ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ଆକାଉଣ୍ଟ୍‌କୁ ବ୍ଲକ୍ କରାଯାଇଛି ବୋଲି ଦେଖାଯାଉଛି।

ହେଲେ ଏ ନେଇ ଟୁଇଟର ତଥା ଭାରତ ଏବଂ ପାକିସ୍ତାନର ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ରିିପୋର୍ଟ ମୁତାବକ, ଏହାକୁ ମିଶାଇ ଗତ ୬ ମାସରେ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍‌କୁ ୩ ଥର ବ୍ଲକ୍ କରାଗଲାଣି। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ