Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋପ୍‌ ଫ୍ରାନ୍ସିସ ଅସୁସ୍ଥ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ପୋପ ଫ୍ରାନ୍ସିସ। ଶ୍ବାସକ୍ରିୟା ସଂକ୍ରମଣ ଜନିତ ସମସ୍ୟା ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତାଙ୍କ ଚିକିତ୍ସା ଜାରି ରହିଛି। ହେଲେ ଏହା କରୋନା ଜନିତ ସମସ୍ୟା ସହ ଜଡ଼ିତ ନୁହେଁ ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ ଗତ କିଛି ଦିନ ହେବ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ ପୋପ୍‌। ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ଟେଷ୍ଟ ପରେ ଜଣାପଡିଥିଲା ଯେ ସେ ଶ୍ୱାସକ୍ରିୟା ସଂକ୍ରମଣ  ଜନିତ ରୋଗରେ ଆକ୍ରାନ୍ତ ।

ଏହା ପୂର୍ବରୁ ୨୦୨୧ ଜୁଲାଇରେ ମଧ୍ୟ ପୋପ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ ୧୦ ଦିନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଶରୀରରେ ଅସ୍ତ୍ରୋପଚାର ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ