Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି : ତୁରନ୍ତ ପ୍ରଦାନ ପାଇଁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି l ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ର ହିତାଧିକାରୀଙ୍କୁ ଶବ ସତ୍କାର ପାଇଁ ସଙ୍ଗେ ସଙ୍ଗେ ମିଳୁନି ସରକାରୀ ସହାୟତା ଅର୍ଥ | ଉକ୍ତ ପଞ୍ଚାୟତର ଦ୍ରୁପଦ ପାଟଗୁରୁ, ଲକ୍ଷ୍ମୀଧର ନାୟକ, ଜାକବ ବାକସିଂ, ବନବାସ କୋଠଦଳେଇ, ପ୍ରକାଶ କୋଠଦଳେଇଙ୍କ ସମେତ ବହୁ ଜନସାଧାରଣ ଙ୍କ ମୃତ୍ୟୁକୁ ଅଦ୍ୟାବଧି ପ୍ରାୟ ଏକବର୍ଷରୁ ଊର୍ଧ୍ଵ ଦିନ ବିତିଯାଇଥିଲେ ହେଁ ରାଜ୍ୟ ସରକାରଙ୍କ ତରଫରୁ ଶବ ସତ୍କାର ପାଇଁ ମିଳିବାକୁ ଥିବା ପ୍ରୋତ୍ସାହନ ଅର୍ଥ ତିନିହଜାର ଟଙ୍କା ଅଦ୍ୟାବଧି ପାଇ ନ ଥିବା ବିଷୟ ମସଲା ବିନ୍ଧାଣି, ମାଳତୀ ନାୟକ, ସୁମିତ୍ରା କୋଠଦଳେଇ, କୁମୁଦିନୀ କୋଠଦଳେଇ ଓ ଖ୍ରୀଷ୍ଟିନା ବାଗସିଂଙ୍କ ସମେତ ବହୁ ଜନସାଧାରଣ ଏପରି ଅଭିଯୋଗ ଆଣିଛନ୍ତି | ସେମାନଙ୍କ ଅଭିଯୋଗ ଅନୁଯାଇ ଶ୍ରୀରାମପୁର ସରପଞ୍ଚ ମିନତୀ ବେହେରାମାଝୀ ଓ ପିଇଓ କୃଷ୍ଣ ମଲିକ ଙ୍କୁ ବାରମ୍ବାର ଭେଟି ନିଜର ପାଇବାକୁ ଥିବା ସରକାରୀ ସହାୟତା ଅର୍ଥ ମାଗିଥିଲେ ଥିଲେ ହେଁ, ତାଙ୍କୁ ମିଳିବାକୁ ଥିବା ଅର୍ଥ ଶ୍ରୀରାମପୁର ପଞ୍ଚାୟତ ର ହରିଶ୍ଚନ୍ଦ୍ର ଯୋଜନା ଅର୍ଥ କୁଆଡେ ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତ କୁ ଚାଲିଯାଇଛି l ସେଠାରୁ ଆସିଲେ ମିଳିବ | ହେଲେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଜନସାଧାରଣ ଙ୍କ ମୃତ୍ୟୁ ଘଟିବାର ତୁରନ୍ତ ପରେ ମୃତ ପରିବାରର କୁ ମିଳିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଶ୍ରୀରାମପୁର ପଂଚାୟତରେ ଏହାର ବ୍ୟତିକ୍ରମ ଦେଖାଦେଇଛି | ଏନେଇ ପିଇଓ କୃଷ୍ଣ ମଲିକ ଙ୍କୁ ପଚାରିବାରୁ ସେ ମଧ୍ୟ କହିଛନ୍ତି ଯେ, ଶ୍ରୀରାମପୁର ପଞ୍ଚାୟତ ର ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦୁର୍ଗାପାଙ୍ଗା ପଞ୍ଚାୟତ କୁ ଚାଲିଯାଇଛି, ଆସିଲେ ନିଶ୍ଚୟ ପ୍ରଦାନ କରାଯିବ | ତେବେ ଶ୍ରୀରାମପୁର ପଞ୍ଚାୟତ କେତେଲୋକ ଏପରି ଠକାମୀ ର ଶିକାର ହୋଇଛନ୍ତି ତାହା ତଦନ୍ତ ସାପେକ୍ଷ ଏବଂ ଦୋଷୀ ଙ୍କୁ ଦଣ୍ଡଦେଇ ହିତାଧିକାରୀ ଙ୍କୁ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ଦାବୀ ହେଉଛି |