Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଗ୍ରତ କନ୍ଧମାଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ପକ୍ଷରୁ ଗୋପାଳପୁର-ସମ୍ବଲପୁର ଭୟା ଫୁଲବାଣୀ କିମ୍ବା ବ୍ରହ୍ମପୁର ଠାରୁ ବାଲାଙ୍ଗିର ଭାୟା ଫୁଲବାଣୀ ଦେଇ ରେଳପଥ ସଂଯୋଗୀକରଣ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜାଗ୍ରତ କନ୍ଧମାଳର ସାଧାରଣ ସଂପାଦକ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ କନ୍ଧମାଳ ମିଳିତ ମଂଚ ସଭାପତି ସମିର ଘଟାଲ, ରସାନନ୍ଦ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ମହେଶ୍ୱର ମହାରଣା, ତ୍ରିନାଥ କହଁର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି।