Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଛା ଛାଡୁନି ବିବାଦ; ପାଟନା କୋର୍ଟରୁ ରାହୁଲଙ୍କୁ ସମନ

ପାଟନା: ରାହୁଲଙ୍କ ପିଛା ଛାଡୁନି ବିବାଦ। ‘ମୋଦୀ ସର୍‌ନେମ୍‌’କୁ ନେଇ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ରାହୁଲଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରଥମେ ସୁରଟ କୋର୍ଟ ରାହୁଲଙ୍କୁ ସମନ ଜାରି କରିଥିଲେ। ଏବେ ପାଟନା କୋର୍ଟ ରାହୁଲ ଗାନ୍ଧିଙ୍କୁ  କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଛି। ଏପ୍ରିଲ ୧୨ ତାରିଖରେ କୋର୍ଟରେ ନିଜ ବୟାନ ରଖିବାକୁ କୋର୍ଟ ପକ୍ଷରୁ ରାହୁଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି ରାହୁଲଙ୍କ ବିରୋଧରେ ଏହି ମାନହାନି ମକଦ୍ଦମା ମାମଲା ଦାଏର କରିଛନ୍ତି ।

୨୦୧୯ ନିର୍ବାଚନରେ କର୍ଣ୍ଣାଟକର ଏକ ସଭାରେ ରାହୁଲ ଗାନ୍ଧି ମୋଦୀ ସର୍‌ନେମ୍‌ ଥିବା ସମସ୍ତ ଲୋକ ଚୋର ବୋଲି କହିଥିଲେ। ଏ ନେଇ ସୁରଟ କୋର୍ଟ ତାଙ୍କୁ  ମାର୍ଚ୍ଚ ୨୩ରେ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨୦୧୯ରେ ସୁରଟ କୋର୍ଟରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ଏ ନେଇ ମାମଲା ରୁଜୁ କରିଥିଲେ। କୋର୍ଟ ଶୁଣାଣିର ୨୪ ଘଣ୍ଟା ପରେ ରାହୁଲ ଗାନ୍ଧି ତାଙ୍କର ସଂସଦ ପଦ ହରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ