Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲାର ତିନି ବିଧାୟକ ୫-ଟି, ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କୁ ସାକ୍ଷାତ କଲେ

କନ୍ଧମାଳ ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି ସାଲୁଗା ପ୍ରଧାନଙ୍କ ସମେତ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ତାଙ୍କ ସହ ଦଳର କନ୍ଧମାଳ ଜିଲା ପର୍ଯ୍ୟବେକ୍ଷକ ତଥା ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ମଙ୍ଗଳବାର ନବୀନ ନିବାସରେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି । କନ୍ଧମାଳ ଜିଲାର ବିକାଶ ପାଇଁ ଜୁନ ୧୭ରେ ତତତ୍କାଳ ୫-ଟି ସଚିବ ତଥା ଏବେକାର ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଗସ୍ତ କରିଥିଲେ । ସେଠାରେ ପହଞ୍ଚି ସେ ଅଞ୍ଚଳର ମନ୍ଦିର, ଚର୍ଚ୍ଚ ଗୃହ, ମସଜିଦ, ମିଶନ ଗୃହ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଜୁନ ୨୪ରେ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବା ବେଳେ ଚଳିତ ମାସରେ ପ୍ରତି ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶାରେ ଅର୍ଥ ମଞ୍ଜୁର କରିଥିବାରୁ ତାଙ୍କୁ ଭେଟି ସାକ୍ଷାତ କରିଛନ୍ତି। ଏଥିସହ ସମସ୍ତ ବିଧାୟକ ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଦଳର ରାଜ୍ୟ ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ ଏବଂ ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକ ଭେଟି ଦଳୀୟ ଆଲୋଚନା କରିଥିବା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କହିଛନ୍ତି । ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ ହେବାକୁ ରହିଥିବା ବେଳେ ଜିଲାର ୩ ବିଧାୟକଙ୍କ ଏଭଳି ଭି.କେ ପାଣ୍ଡିଆନ ଏବଂ ସଂଗଠନ ସମ୍ପାଦକଙ୍କୁ ସାକ୍ଷାତ କରିବା ଘଟଣା ସବୁ ମହଲରେ ବିଭିନ୍ନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।