Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡାର ବିଭିନ୍ନ ଅଞ୍ଚଳରେ ଶିଶୁ ଦିବସ ପାଳନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନର ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ନିଜ ନିଜ ବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବଜାର ଛକ ନିକଟରେ ଥିବା ନେହେରୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଧୂପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ l ପରେ ପରେ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା l ସେହିପରି ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଶିଶୁ ଦିବସ ପାଳିତ ହୋଇଯାଇଛି l ପ୍ରାରମ୍ଭ ରେ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ବଳରାମ ପୂଜାରୀଙ୍କ ଦ୍ୱାରା ଦୀପ ଧୂପ ପ୍ରଜ୍ଜଳନ କରି ନେହେରୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ l ପରେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ନେହେରୁଙ୍କ ଜୀବନୀ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସମ୍ୟକ ସୂଚନା ମାଧ୍ୟମରେ ବୁଝାଇଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ କିମନ୍ତି ମଳିକ ନେହେରୁଙ୍କ ବାଲ୍ୟ ଜୀବନୀ ଓ ଶିଶୁ ମାନଙ୍କୁ ଭଲ ପାଉଥିବାର ବିଭିନ୍ନ ଉଦାହରଣ ଦେଇ କହିଥିଲେ l ଶେଷରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜିନୀ ମଳିକ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ଶିଶୁ ମାନଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ l