Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲ୍‌ରୁ ମୁକୁଳିବେ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ଆସନ୍ତାକାଲି ଜେଲରୁ ମୁକୁଳିବେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ପୁରୁଣା ରୋଡ୍‌ ରେଜ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ ସିଦ୍ଧୁ। ୨୦ ମେ ୨୦୨୨ ରୁ ସେ ଜେଲ ଦଣ୍ଡ ଭୋଗୁଥିଲେ। ତେବେ ଆସନ୍ତାକାଲି ସେ ମୁକୁଳିବେ ବୋଲି ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି। ସିଦ୍ଧୁଙ୍କ ଓକିଲ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି।

ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ହୋଇଥିବା ଟ୍ୱିଟରେ ଉଲ୍ଲେଖ ହୋଇଛି ଯେ “ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲ ଜେଲରୁ ମୁକୁଳିବେ। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।”

ନିକଟରେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କ ଉଦ୍ଦେଶ୍ୟରେ ଏକ ଭାବବିହ୍ବଳ ମେସେଜ୍‌ ଲେଖିଥିଲେ। ସେ କ୍ୟାନ୍‌ସରରେ ପୀଡିତ ବୋଲି ମେସେଜ୍‌ରେ ଉଲ୍ଲେଖ କରିଥିଲେ ଏବଂ ସିଦ୍ଧୁଙ୍କ ଖୁବ୍‌ ଶୀଘ୍ର ମୁକୁଳିବା ଲାଗି ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ