Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲ୍‌ରୁ ମୁକୁଳିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ପଞ୍ଜାବ: ଜେଲରୁ ମୁକୁଳିଲେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ପୁରୁଣା ରୋଡ୍‌ ରେଜ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକ ବର୍ଷ ପାଇଁ ଦଣ୍ଡିତ ହୋଇଥିଲେ ସିଦ୍ଧୁ। ୨୦ ମେ ୨୦୨୨ ରୁ ସେ ଜେଲ୍‌ରେ ସଜା କାଟୁଥିଲେ। ୧୦ ମାସ ପରେ ସେ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ତେବେ ଗତକାଲି ଜେଲରୁ ଖଲାସ ହେବା ନେଇ ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଥିଲା। ସିଦ୍ଧୁଙ୍କ ଓକିଲ ମଧ୍ୟ ଏହାକୁ ନିଶ୍ଚିତ କରିଥିଲେ।

କ୍ରିକେଟର ତଥା ରାଜନେତା ସିଦ୍ଧୁଙ୍କ ସ୍ବାଗତ ଲାଗି ଜେଲ୍‌ ଗେଟ୍‌ ବାହାରେ କଂଗ୍ରେସ ନେତାଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ତାଙ୍କ ସ୍ବାଗତ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ତେବେ ତାଙ୍କ ଦଣ୍ଡ ଅବଧି ପୂରା ହୋଇ ନଥିବା ବେଳେ ତାଙ୍କ ଉତ୍ତମ ଆଚରଣ ଯୋଗୁ ଦୋଷ କ୍ଷମା କରାଯାଇଥିବା ସୂଚନା ମିଳିଛି।

ନିକଟରେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ତାଙ୍କ ପତିଙ୍କ ଉଦ୍ଦେଶ୍ୟରେ ଏକ ଭାବବିହ୍ବଳ ମେସେଜ୍‌ ଲେଖିଥିଲେ। ସେ କ୍ୟାନ୍‌ସରରେ ପୀଡିତ ବୋଲି ମେସେଜ୍‌ରେ ଉଲ୍ଲେଖ କରିଥିଲେ ଏବଂ ସିଦ୍ଧୁଙ୍କ ଖୁବ୍‌ ଶୀଘ୍ର ଜେଲ୍‌ରୁ ମୁକୁଳିବା ଲାଗି ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ