Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ତ୍ତିକ ମାସ ଚତୁର୍ଥ ସୋମବାର : ଜଳେଶ୍ଵର ପୀଠରେ ୨୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କାର୍ତ୍ତିକ ମାସର ଚତୁର୍ଥ ସୋମବାର କନ୍ଧମାଳ ଜିଲ୍ଲା ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ଥିବା ପ୍ରତ୍ୟେକ ଶୈବ ପୀଠ ରେ ବ୍ୟାପକ ଜନ ସମାଗମ ହୋଇଥିବା ବେଳେ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଜଳେଶ୍ଵର ଶୈବ ମନ୍ଦିରରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ପ୍ରଥମ ,ଦ୍ବିତୀୟ, ତୃତୀୟ ସୋମ‌ବାର ଠାରୁ ଆଜି ଚତୁର୍ଥ ସୋମବାରରେ ଢ଼େର୍ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। କନ୍ଧମାଳ ଜିଲ୍ଲା ସମେତ ପଡ଼ୋଶୀ କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗିର, ଗଞ୍ଜାମ ଓ ବରଗଡ, ସମ୍ବଲପୁର ଓ ବୌଦ୍ଧ ରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଆସିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ତୁମୁଡ଼ିବନ୍ଧ ଥାନା ପକ୍ଷରୁ ଥାନା ଅଧିକାରୀ ଆଶୁତୋଷ ଜେନା, ସର୍ବେଶ୍ଵର ଖାଡଙ୍ଗାଙ୍କ ସମେତ ପୁଲିସ ସଦଳବଳ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଏତେ ସଂଖ୍ୟକ ଭକ୍ତଙ୍କ ଭିଡ ଜମିବା ଆକଳନ କରାଯାଇ ନଥିଲା। ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁଲିସ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ଜାତୀୟ ରାଜପଥ କଡ଼ରେ ହିଁ ସମସ୍ତ ଦୁଇ ଚାକିଆ ଯାନ ଠାରୁ ଆରମ୍ଭ କରି ଚାରି ଚକିଆ ଗାଡ଼ି ଅଟକାଇ ରଖିଥିଲା। ଲୋକେ ଚାଲି ଚାଲି ମନ୍ଦିର ନିକଟକୁ ଯାଇଥିଲେ । ରାହୁଳ ନଦୀ ମଧ୍ଯ ଭାଗରେ ମନ୍ଦିର ରହିଥିବା ବେଳେ ସେଠାକୁ ଯିବା ପାଇଁ ଲମ୍ବା ଲମ୍ବା କାଠ ଓ ବାଲି ବସ୍ତା ପକାଯାଇଥିଲା। ଲୋକେ ବିପଦ ପୂର୍ଣ୍ଣ ଯିବା ଆସିବା କରୁଥିଲେ। ପୁଲିସ ଉପସ୍ଥିତ ରହି କିଛି ଲୋକଙ୍କୁ ଛାଡୁଥିବା ବେଳେ କିଛି ଲୋକଙ୍କୁ ଦର୍ଶନ କରି ଶିଘ୍ର ଫେରିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଥିଲା l ବହୁ ଶ୍ରଦ୍ଧାଳୁ ନଦୀ ନିକଟରେ ରୋଷେଇ କରୁଥିବା ବେଳେ ମନ୍ଦିର କମିଟି ମଧ୍ୟ ପ୍ରାସାଦ ସେବନ ର ବ୍ୟବସ୍ଥା କରିଥିଲେ। ରାସ୍ତା କଡ଼ରେ ବିଭିନ୍ନ ପୂଜା ସାମଗ୍ରୀ ଦୋକାନ ଖୋଲା ଯାଇଥିଲା।କାର୍ତ୍ତିକ ମାସର ଶେଷ ସୋମବାର ଓ ପୂର୍ଣ୍ଣମୀରେ ମଧ୍ଯ ଏହା ଠାରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି l ଏଣୁ ଅଧିକ ପୁଲିସ ମୃତାୟନ କରାଯିବା ସହ ଟ୍ରାଫିକ ଓ ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ପାଇଁ ଅଧିକ ପୁଲିସ ମୁତୟନ ସହ ଜଣେ ପ୍ରସାଶନିକ ଅଧିକାରୀ ନିୟୋଜନ କରିବା ପାଇଁ ଜନସାଧାରଣ ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି। ମନ୍ଦିର କୁ କୁଭଳି ଭକ୍ତ ଆସି ଦର୍ଶନ କରିବେ ଓ ପ୍ରାସାଦ ସେବନ କରିବେ ସେଥି ପାଇଁ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।