Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ବ୍ଲକ ବିଜେପି ତରଫରୁ ବ୍ଲକ ଘେରାଉ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ବିଜେଡି ସରକାର ବିରୋଧରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବିଜେପି ପକ୍ଷରୁ ଜନ ଆକ୍ରୋଶ ବାଲିଗୁଡା ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ବର୍ଗର ମହିଳା, ପୁରୁଷ ସାମିଲ ହୋଇ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ବିରାଟ ରାଲିରେ ବାହାରି ମୁଖ୍ୟ ବଜାର ଦେଇ ବ୍ଲକ ସମୁଖରେ ପହଞ୍ଚି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବ୍ଲକର ବିଭିନ୍ନ ପଞ୍ଚାୟତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟାନ୍ୟ ପାଣ୍ଠି ବାବଦରେ ବିଗତ ୯ ବର୍ଷ ମଧ୍ୟରେ ଶହ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କିନ୍ତୁ ବାଲିଗୁଡା ବ୍ଲକରେ ପ୍ରଶାସନ ଓ ରାଜନେତା କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରୀବ ଲୋକଙ୍କ ବିକାଶରେ ବାଧକ ସାଜିଛନ୍ତି । ବ୍ଲକର ବିଭିନ୍ନ ସରକାରୀ ଯୋଜନା ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ପିସି କାରବାର ଚାଲିଛି । ଗରୀବ, ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ମନରେଗା କାମ ଲୋକଙ୍କ ଦ୍ୱାରା ନହୋଇ ମେସିନ ଦ୍ୱାରା ଚାଲିଛି । ଏନେଇ ବାଲିଗୁଡା ବ୍ଲକ ବିଜେପି ପକ୍ଷରୁ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ବିଜେପିର କରେନ୍ଦ୍ର ମାଝୀ, କଳ୍ପନା କହଁର, ଆଦିକନ୍ଦ ପଟ୍ଟନାୟକ, ଦିବାକର ସାହୁ, ସୁରେନ୍ଦ୍ର ପାତ୍ର, ଶୁଭାଶିଷ ମିଶ୍ର, କୁସୁମୀ ପ୍ରଧାନ,ଙ୍କ ସମେତ ସମସ୍ତ ସଦସ୍ୟ କର୍ମକର୍ତ୍ତା ଯୋଗ ଦେଇ ବ୍ଲକ ପ୍ରଶାସନର ଭ୍ରଷ୍ଟାଚାର, ହରିଲୁଟ, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଅଭିଯୋଗ ଆଣିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଯୋଗ୍ୟ ଲୋକକୁ ଚୟନ କରା ନ ଯାଇ ଅଧିକାଂଶ ଛାତଘର ଏବଂ ଗାଡ଼ି ଥିବା ଅଯୋଗ୍ୟ ଲୋକର ପରିବାର ପ୍ରତି ୩ ରୁ ୪ ସଦସ୍ୟଙ୍କୁ ବିଧାୟକଙ୍କ ସୁପାରିଶ ଅନୁସାରେ ଆବାସ ପ୍ରଦାନ ଦିଆଯାଇଥିବା ନେଇ ଜିଲ୍ଲା ସଭାପତି ଶ୍ରୀ ସାହୁ ବର୍ଷିଥିଲେ । ବିଧବା , ବାର୍ଦ୍ଧକ୍ୟ, ବିକଳାଙ୍ଗ ଭଳି ଅତି ସାଧାରଣ ସରକାରୀ ସହାୟତା ଚୟନ ପ୍ରକ୍ରିୟାରେ ମଧ୍ୟ ବିଧାୟକ, ବିଡ଼ିଓଙ୍କ ଭଳି ଲୋକମାନେ ରାଜନୀତି କରୁଥିବା କାରଣରୁ ବାରମ୍ବାର ଦୌଡ଼ିଲେ ମଧ୍ୟ ଯୋଗ୍ୟ ଲୋକଟିଏ କୌଣସି ସୁଫଳ ପାଇ ପାରୁନଥିବା ନେଇ ଉପସ୍ଥିତ ବିଜେପି ନେତା ମାନେ ଅଭିଯୋଗ କରି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l