Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଢିବ ହରଡ ଡାଲି ଦର; ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଖାଉଟିଙ୍କ ପକେଟ୍‌ ଉପରେ ମହଙ୍ଗା ମାଡ। ହରଡ ଡାଲି ଦର ୧୫୦ ଟଙ୍କା ଟପିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ହରଡ ଡାଲି କିଲୋ ପିଛା ଦର ୧୧୧ରୁ ୧୨୦ ଟଙ୍କା ଥିବାବେଳେ ବୁଟ ଡାଲି ଦର ୬୧ରୁ ୬୫ ଟଙ୍କା ରହିଛି । ଅନ୍ୟ ବର୍ଷ ତୁଳନାରେ କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡରେ ହରଡ ଓ ବୁଟ ଡାଲି ଉତ୍ପାଦନ ଚଳିତବର୍ଷ ହ୍ରାସ ପାଇଛି । ଅଦିନିଆ ବର୍ଷା ଓ ପୋକ ଯୋଗୁ ଆଶାନୁରୂପ ଫସଲ ହୋଇନି । ତେଣୁ ଡାଲି ପାଇଁ ଦେଶକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ ହରଡ ଡାଲି ଦର ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଓଡ଼ିଶା ଦୈନିକ ୨୦୦ ଟନ ହରଡ ଓ ବୁଟ ଡାଲି ଆମଦାନୀ କରୁଛି। ହେଲେ ଏବର୍ଷ ଡାଲି ଚାଷ ଭଲ ହୋଇ ନ ଥିବାରୁ ଓଡ଼ିଶା ଚିନ୍ତାରେ ପଡ଼ିଯାଇଛି। କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଛତିଶଗଡରେ ହରଡ ଓ ବୁଟ ଉଭୟ ଫସଲରେ ବ୍ୟାପକ କ୍ଷତି ହୋଇଛି । ସେଥିପାଇଁ ଦେଶି ଡାଲି ନୁହେଁ ବରଂ ବିଦେଶୀ ଡାଲି ଉପରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ଡାଲି ଦର ୧୫୦ ଟଙ୍କା ବୃଦ୍ଧି ହେବା ନେଇ ଆଶଙ୍କା କରୁଛନ୍ତି ବ୍ୟବସାୟୀ ।