Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନଜାତି ଜୀବିକା ମିଶନ ପକ୍ଷରୁ ବିହନ ଜୈବିକ ସାର ବଣ୍ଟନ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗଟାମlହା ଗ୍ରାମରେ ଆଦିବାସୀ ପରିବାରଙ୍କୁ ଉନ୍ନତ କିସମର ବିହନ, ଜୈବିକ ସାର ଓ କୀଟନାଶକ ଔଷଧ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଜନଜାତିଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବା ଅତିଥି ମାନେ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ବଣ୍ଡଗୁଡ଼ା ପଂଚାୟତର ଛଟି କ୍ଲଷ୍ଟର ଆଦିବାସୀ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ବିନା ମୂଲ୍ୟରେ ୨୨ ଏକର ଫୁଲକୋବି ମଞ୍ଜି, ୧୫ ଏକର ଲଙ୍କା ବିହନ, ୧୫ ଏକର ମିଠା ମକା ଚାଷ ନିମନ୍ତେ ବିହନ ପ୍ରଦାନ କରାଯିବା ସହ ଜୈବିକ ସାର ଓ କୀଟନାଶକ ଓିଷଧ ବଣ୍ଟନ କରାଯଇଛି।