Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ମାଟ୍ରିକ ଖାତାଦେଖା

କଟକ: ଆଜିଠୁ ଆରମ୍ଭ ମାଟ୍ରିକ ଖାତାଦେଖା। ଏଥିପାଇଁ ୫୬ ଟି କେନ୍ଦ୍ରରେ ମୂଲ୍ୟାୟନର ବ୍ୟବସ୍ଥା କରାଯାଇଛି। ମୂଲ୍ୟାୟନ ପ୍ରକ୍ରିୟା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି। ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଚଳିତ ବର୍ଷ ଖାତା ଦେଖିବେ ବୋଲି ସୂଚନା ମିଳିଛି। ଏଥର ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେଇଛନ୍ତି ମାଟ୍ରିକ୍‌ ପରୀକ୍ଷା।

୧୨ ଦିନ ଯାଏ ଚାଲିବ ମୂଲ୍ୟାୟନ। ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ ୧୨ହଜାର ୪ଶହ ଜଣ ଖାତାଦେଖା ପାଇଁ ଓ ମୂଲ୍ୟାୟନ ପ୍ରକ୍ରିୟା ଯାଞ୍ଚ୍‌ ପାଇଁ ପୃଥକ ଭାବେ ଆଉ ୬ ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ମୂଲ୍ୟାୟନ ବ୍ୟବସ୍ଥାରେ ୫୫ ଜଣ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍‌, ୫୫ କ୍ୟାମ୍ପ ଅଫିସର, ୨୨୦ କ୍ୟାମ୍ପସ୍‌ ଆସିଷ୍ଟାଣ୍ଟ୍‌ ଏବଂ ୧୬୫ ଜଣଙ୍କୁ କ୍ୟାମ୍ପ ଆଟେଣ୍ଡାଣ୍ଟ୍‌ ଭାବେ ନିୟୋଜିତ କରାଯାଇଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ବୋର୍ଡର ୱେବ୍‌ସାଇଟ୍‌ରୁ ନିଯୁକ୍ତି ପତ୍ର ଡାଉନ୍‌ଲୋଡ୍‌ କରି ମୂଲ୍ୟାୟନ ପ୍ରକ୍ରିୟାରେ ଶିକ୍ଷକମାନେ ନିୟୋଜିତ ହେବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ମୂଲ୍ୟାୟନରେ ପ୍ରକ୍ରିୟାରେ ଅବହେଳା କରୁଥିବା ଶିକ୍ଷକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ତେବେ ପରୀକ୍ଷା ଫଳ କେବେ ପ୍ରକାଶ ପାଇଁ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ଜଣାପଡ଼ିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ