କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଓଡିଶା ମିଲେଟ୍ସ ମିଶନ ପ୍ରକଳ୍ପ ପକ୍ଷରୁ ରାଜପୁର ପଞ୍ଚାୟତ ବାଞ୍ଜିପଦର ଠାରେ ଗୁରୁବାର କ୍ଷେତ୍ର ଦିବସ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ କ ଯୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,ସମ୍ମାନିତ ଅତିଥି ଭାବେ ରାଜପୁର ସରପଞ୍ଚ କୌଶଲ୍ୟା ରଣା, ମିଶନ ଶକ୍ତି ସିଆରପି ସନ୍ତୋସିନୀ ରଣା,କୃଷି ବିଭାଗ ରୁ ଏଟିଏମ ଶ୍ୟାମ ପଦ ଭଞ୍ଜ,ଆଇସିଡିଏସ ସୁପରଭାଇଜର ଗୀତା ହରିଜନ ,ମିଲେଟ୍ସ ମିଶନ ପ୍ରକଳ୍ପର କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟ କ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା,ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଶସ୍ୟ ର ଚାହିଦା ଓ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବା,ଅମଳ ବୃଦ୍ଧି, ଚାଷର ବିଭିନ୍ନ ପଦ୍ଧତି, ମଣ୍ଡି ର ବ୍ୟବସ୍ଥା ସହିତ ସରକାରୀ ସ୍ତରରେ ଏଥିପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ।ପରେ ପରେ ନିକଟସ୍ଥ ମାଣ୍ଡିଆ ଚାଷ କୁ ଚାଷୀ ମାନଙ୍କ ଦ୍ଵାରା ପରିଦର୍ଶନ କରାଯାଇଥିଲା।ମିଲେଟ୍ସ ମିଶନ ପ୍ରକଳ୍ପ ର ସିଆରପି ଭାନୁମତି ପଧାନ, କମଳ ସୁନା,ଜୀବର୍ଦ୍ଧନ ସାହୁ,ଧୁରାବନ ବାଗ, ବାଲ୍ମୀକି ଛତ୍ରୀଆ,ହିସାବ ରକ୍ଷକ ସନାତନ କରୁଆଁ ,ଚାଷୀ କିଶୋର ରଣା,ପ୍ରଶାନ୍ତ ରଣା, ଦିଲୀପ ରଣା, ବୃଷଭ ରଣା, ହୃଷିକେଶ ରଣା ସତ୍ୟସାଇ ପଧାନ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଗାଁରୁ ୮୦ ଜଣ ମାଣ୍ଡିଆ ଚାଷୀ ଯୋଗ ଦେଇଥିଲେ।