Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “#ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା” ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦିବାସୀ ସ୍ନାତକ ମହାବିଦ୍ୟାଳୟ ଠାରେ ଅଧ୍ଯକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧ୍ଯକ୍ଷତାରେ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଛି । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ଯକ୍ଷ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ମୂଖ୍ୟବକ୍ତା ଭାବେ ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ଅଧ୍ୟାପକ ତଥା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଂଯୋଜକ ବିଭୁତି ଭୂଷଣ ଆଚାର୍ଯ୍ୟ ମଞ୍ଚାସୀନ ହୋଇ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସମସ୍ତ ପ୍ରତିଯୋଗିତାରେ ସକ୍ରିୟ ଅଂଶ ଗ୍ରହଣ ସହିତ ନିଜ ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା ଏବଂ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ୍ତ କୁମାର ନାୟକ କ୍ରୀଡା ପ୍ରତିଯୋଗିତାର ଦାୟିତ୍ବରେ ଥ‌ିବା ବେଳେ ପ୍ରାଣୀବିଜ୍ଞାନ ଅଧ୍ୟାପକ ହିମାଂଶୁ ଚନ୍ଦ୍ର ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସଙ୍କୁ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଦାୟିତ୍ବ ପ୍ରଦାନ କରାଯାଇଛି।