ବିଶ୍ୱ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଦିବ୍ୟାଙ୍ଗ ଟି-20 କ୍ରିକେଟ ପ୍ରତିଯୋଗିତା


କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସ୍ଥିତ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଏମରାମପୁର ବନାମ ବରଗଡ଼ ଦଳ ମଧ୍ୟରେ ଦିବ୍ୟାଙ୍ଗ ଟି-20 କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଦିବ୍ୟାଙ୍ଗ କ୍ରିକେଟ ଏହି ଅଞ୍ଚଳ ପାଇଁ ପ୍ରଥମ ହୋଇଥିବା ଯୋଗୁଁ ମ୍ୟାଚ ଦେଖିବା ପାଇଁ ଉତ୍କଣ୍ଠା ସହ ଶତାଧିକ ଦର୍ଶକ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା | ଦିବ୍ୟାଙ୍ଗ ମାନେ ଅପାର କଳା କୌଶଳ ର ଅଧିକାରୀ ସେମାନେ ସାଧାରଣ ଲୋକ ଙ୍କ ଠାରୁ କୌଣସି କ୍ଷେତ୍ର ରେ କମ ନୁହନ୍ତି ବୋଲି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ମାନ ଭଂଜନ ସ୍ୱାଇଁ, ସେଲକୋ ଫୋଉଂଡେସନ ର କୃଷ୍ଣଚନ୍ଦ୍ର ବେହେରା, ଫରେଷ୍ଟ ରେଞ୍ଜର ଅସିତ ଦାସ, ବରିଷ୍ଠ ଆଇନଜିବି ହିତେନ୍ଦ୍ର ମହାନ୍ତି ଓ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ | ବରଗଡ ରାଜିଙ୍ଗ ଷ୍ଟାର ଓ ଏମରାମପୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବରଗଡ ନିର୍ଧାରିତ ଓ଼ଭର ରେ 4 ଉ ଇକେଟ ବିନିମୟ ରେ 115 ରନ ସଂଗ୍ରହ କରିଥିବା ବଦଳରେ ରେ ଏମରାମପୁର ଦଳ ମାତ୍ର 112 ରନ ରେ ସୀମିତ ରହିଯାଇଥିଲେ ଓ ବରଗଡ଼ ଟିମ ବିଜୟ ହାସଲ କରିଥିଲେ | ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଏମରାମପୁର ତରଫରୁ ଆୟୋଜିତ ଉକ୍ତ କ୍ରିକେଟ ମ୍ୟା ଚ ରେ ସଂସ୍ଥା ର ମୁଖ୍ୟ ସୁଶାନ୍ତ ସାହୁ ଓ ଟୁନି ପଣ୍ଡା ଉପସ୍ଥିତି ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଆମ୍ପିୟାର ମଣ୍ଟୁ ଦୁବେ ଓ ସାଇ ପ୍ରସାଦ ମହାରଣା, ସୁଶାନ୍ତ ମିଶ୍ର, ମଧୁସୂଦନ ମହାଳିଙ୍ଗ, ସୁଶ୍ରୀ ସୁଭଦର୍ଶିନୀ ସାହୁ, ପ୍ରଦୀପ ପଣ୍ଡା, ମିନେଶ କୁମାର ସାହୁ ଓ ମନୋଜ ବେହେରା ପ୍ରମୁଖ ଖେଳକୁ ସୁଚାରୁରୂପେ ପରିଚାଳନା କରିଥିଲେ |