Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଠାରେ ଓବିସି ସଂଘଠନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୦୭/୧୨
କୋକସରା ବ୍ଲକ ଯାଦବ ଭବନ ଠାରେ ଗୁରୁବାର କଳାହାଣ୍ଡି ଜିଲ୍ଲା ଓବିସି ଫୋରମ ପକ୍ଷରୁ ଏକ।ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିନୋଦ ବିହାରୀ ରାଉତ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓବିସି ସଂଯୋଜକ ଡାକେଶ୍ୱର ଲହଜଳ ପ୍ରସ୍ତୁତି ବୈଠକ ର ଆଲୋଚ୍ୟ ପ୍ରସଙ୍ଗ ରେ ନିଜର ଆଭିମୁଖ୍ୟ ରଖିଥିଲେ। ପଶ୍ଚିମ ଓଡ଼ିଶା ଓବି ସି ସଂଗଠନ ପକ୍ଷରୁ ଓବିସି ଙ୍କ ଜନ ଜାଗରଣ କୁ ନେଇ ଏକ ସଚେତନତା ରଥ ଝାରସୁଗୁଡା ରୁ ବାହାରି ଆସନ୍ତା ୧୦ ତାରିଖରେ।କୋକସରା ବ୍ଲକ ରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହି ରଥ କୁ କୋକସରା ସଦର ମହକୁମା ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଆଜି ଏହି ବୈଠକରେ ଆଲୋଚନା କରାଯାଇଥିଲା। ସର୍ବ ସମ୍ମତି କ୍ରମେ ମାନସ ରଞ୍ଜନ ବାଗ ଙ୍କୁ କୋକସରା ବ୍ଲକ ଓବି ସି ସଂଯୋଜକ ଭାବେ ଚୟନ କରା ଯାଇଥିଲା। ଏହି ଫୋରମ ରେ ଓବିସି ର ବରିଷ୍ଠ କର୍ମକର୍ତ୍ତା ପୁରୁଷୋତ୍ତମ ଗୁପ୍ତା, ଶିବ ପ୍ରସାଦ ପ୍ରଧାନୀ, ତ୍ରିଭୁବନ ନାଏକ, ଲିଙ୍ଗରାଜ ବେହେରା, ଅଲେଖ ଗୋପାଳ, ମନିଜର ପୋଢ଼,ପ୍ରହଲ୍ଲାଦ ଚଣ୍ଡି, ନିର୍ମଳ ଗୋପାଳ, ଗୌରାଙ୍ଗ ନାଗ, ମୋହିତ ରାଉତି,ସୁଦର୍ଶନ ବେହେରା, ରତନ ନାଏକ, ଧବଲେ ଗହୀର ସମେତ ୨୨ ପଞ୍ଚାୟତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।