Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଦୁର୍ଗାଚରଣ ସାହୁ , ଦୁର୍ବାସା ପଧାନ , ତେଜଶ୍ରି ମିଶ୍ର , ରଶ୍ମିରାଣି ବଡପଣ୍ଡା , ରେଣୁକା ହୋତା , ମନୋଜ ମିଶ୍ର ପରିଚାଳନା କରିଥିଲେ।ଆଗରୁ ୧୦୦ମି ଦୌଡ଼ , ୨୦୦ମିଦୌଡ଼ , ଫୁଟବଲ , ଲମ୍ବଡିଆ , ଉଚ୍ଚଡିଆ , ଡିସକସ୍ ଥ୍ରୋ , କ୍ରିକେଟ ଖେଳ ହେଇଥିବା ବେଳେ ଆଜି କଲେଜ ପଡ଼ିଆରେ କବାଡି ପ୍ରତିଯୋଗିତା ହୋଇଥିଲା । ଏହି କବାଡି ପ୍ରତିଯୋଗିତା ରେ ସଚିନ ସେଠୀ , ପ୍ରିତମ କର୍ମୀ , ସିପୁନ ବାରିକ ଆଦି ଖେଳାଳି ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ , ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।