Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ।

କୋକସରା:୦୯/୧୨ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ ବିଦ୍ୟାଳୟ ରେ ଶୁକ୍ରବାର ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସଵ ରେ ସ୍ଥାନୀୟ ହନୁମାନ ମନ୍ଦିର ଛକ ରୁ ଏକ ବିଶାଳ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ଆଦିବାସୀ ବେଶଭୁଷା ରେ ପାରମ୍ପରିକ ଆଦିବାସୀ ନୃତ୍ୟ କରି ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିବା ପରେ ଲଡୁଗାଁ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ସରପଞ୍ଚ ନକୁଳ ନାଏକ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିଦ କିଶୋର ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିଦ ବ୍ୟୋମକେଶ ସାହୁ ଯୋଗଦେଇ ଉଦଘାଟନ କରିଛନ୍ତି। ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ଯୋଶୀ ଅତିଥି ପରିଚୟ ଦେଇଥିଲେ। ଯୁବ ଓଡିଶା ଗଠନ ରେ ଛାତ୍ରଛାତ୍ରୀ ଙ୍କ ସହଭାଗିତା ହେଲେ ଓଡିଶା ର ବିକାଶ ହେବ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ବୋଳି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ପ୍ରେମାନନ୍ଦ ସାହା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଭାରତ ଭୂଷଣ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। କଲେଜ ର ଅଧ୍ୟାପିକା କଲ୍ୟାଣି ମହାନ୍ତି, ବିଭୁ ପ୍ରସାଦ ସାହୁ,ସତ୍ୟାନନ୍ଦ ହଂସ,ଗୀତାଞ୍ଜଳି ରାଉତ, ତୁଳସି ବାଗ, ଦିବାକର ଦୁର୍ଗା ପରିଚାଳନା ରେ ସହଯୋଗ କରିଥିଲେ।ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସ୍ବଛ ଭାରତ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।