କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଓଡିଶା ମିଲେଟ୍ସ ମିଶନ ପ୍ରକଳ୍ପ ପକ୍ଷରୁ ଜୋରାଡବରା ପଞ୍ଚାୟତ ଟେର୍ଚାପଲା ଠାରେ ଶନିବାର କ୍ଷେତ୍ର ଦିବସ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,,ସମ୍ମାନିତ ଅତିଥି ଭାବେ ଗ୍ରାମ କୃଷିକର୍ମୀ ଲୋକନାଥ ନାଗ , ସାମାଜିକ କର୍ମୀ ଚୈତନ୍ୟ ସାହୁ ୱାର୍ଡ ମେମ୍ବର ପଙ୍କଜ ମାଝୀ,ଗାଁ ଗଉନ୍ତିଆ ତାରାଚନ ମାଝୀ,ମାଣ୍ଡିଆ ଚାଷୀ ନନ୍ଦି କିଶୋର ମାଝୀ,ମିଲେଟ୍ସ ମିଶନ ପ୍ରକଳ୍ପର କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟ କ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା,ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଶସ୍ୟ ର ଚାହିଦା ଓ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବା,ଅମଳ ବୃଦ୍ଧି, ଚାଷର ବିଭିନ୍ନ ପଦ୍ଧତି, ମଣ୍ଡି ର ବ୍ୟବସ୍ଥା ସହିତ ସରକାରୀ ସ୍ତରରେ ଏଥିପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ।ପରେ ପରେ ନିକଟସ୍ଥ ମାଣ୍ଡିଆ ଚାଷ କୁ ଚାଷୀ ମାନଙ୍କ ଦ୍ଵାରା ପରିଦର୍ଶନ କରାଯାଇଥିଲା।ମିଲେଟ୍ସ ମିଶନ ପ୍ରକଳ୍ପ ର ସିଆରପି ଭାନୁମତି ପଧାନ, ,ଜୀବର୍ଦ୍ଧନ ସାହୁ,ଧୁରାବନ ବାଗ, ବାଲ୍ମୀକି ଛତ୍ରୀଆ,ହିସାବ ରକ୍ଷକ ସନାତନ କରୁଆଁ , ସ୍ୱେଚ୍ଛାସେବୀ ସତ୍ୟସାଇ ପଧାନ,ଗୋପୀ କାନ୍ତ ମାଝୀ, ଦେବେନ୍ଦ୍ର ମାଝୀ, ପିତାମ୍ବର ଡୋଳାମଣୀ ମାଝୀ,ଚୈତନ୍ୟ ମାଝୀ ,ପ୍ରଶାନ୍ତ ମାଝୀ, ରାଏଧର ଭୋଇ, ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଗାଁରୁ ଶତାଧିକ ମାଣ୍ଡିଆ ଚାଷୀ ଯୋଗ ଦେଇଥିଲେ।