Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମୀଣ ଡାକ ସେବକ ଙ୍କ ପକ୍ଷରୁ ୫ ଦଫା ଦାବି ରେ ଧର୍ମଘଟ ଡାକରା, ଡାକ ସେବା ବ୍ୟାହତ।

କୋକସରା:୧୨/୧୨ ରାଜ୍ୟ ସଙ୍ଘ ର ଡାକରା ରେ ୫ ଦଫା ଦାବି କୁ ନେଇ ଅଖିଳ ଓଡିଶା ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି କ୍ରମରେ କୋକସରା ବ୍ଲକ ର ଗ୍ରାମୀଣ ଡାକ କର୍ମଚାରୀ ସମର୍ଥନ ଜଣାଇ ଧର୍ମଘଟ ଡାକରା ରେ ସାମିଲ ହୋଇଛନ୍ତି,ଫଳ ସ୍ୱରୂପ କୋକସରା ବ୍ଲକ ର ୨୨ ପଂଚାୟତ ରେ ଡାକ ସେବା ଠପ ହୋଇ ପଡିଛି । ଡାକ ସେବକ ସଙ୍ଘ ର ପ୍ରମୁଖ ଦାବି ମଧ୍ୟରେ ଗ୍ରାମୀଣ ଡାକ ସେବକ ଙ୍କ ଦୈନିକ କାର୍ଯ୍ୟ ୮ ଘଣ୍ଟା ସ୍ଥିର କରିବା, ପ୍ରତି ୧୨ ବର୍ଷ ରେ ଆର୍ଥିକ ପଦୋନ୍ନତି ସୁପାରିଶ କୁ ଲାଗୁ କରିବା,୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ପେନସନ ପ୍ରଦାନ ଓ ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଆଲାଇନ୍ସ ୫ ଲକ୍ଷ ପ୍ରଦାନ ଓ ଟାର୍ଗେଟ ନାଁ ରେ ଅଧିକାରୀ ମାନଙ୍କ ଜୁଲମ ବନ୍ଦ କରିବା ରହିଛି।ଆଜି କୋକସରା ଡାକ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଗଡ଼ ଦିଆଯାଇଛି। ଡାକ କର୍ମଚାରୀ କୈଳାଶ ଚିନ୍ଦା, ରାଧାକାନ୍ତ ପଟେଲ,ଦିବ୍ୟ ରଞ୍ଜନ ପୁରୋହିତ, ଚିନ୍ମୟ ଶବର,ଦେବରାଜ ମହାନନ୍ଦ, ତପନ କୁମାର ପଟ୍ଟନାୟକ,ହଳଧର ନାଏକ,ଅର୍ଜୁନ ମହାନ୍ତି, ଲୋକନାଥ ହରିଜନ,ପୁରୁଷୋତ୍ତମ ବାଗ, ମନୋଜ ବାଗ,ବସନ୍ତ କୁମାର ଦାସ, ଦେବାଦତ୍ତ ସି,ସୁକାନ୍ତି ଜେନା ପ୍ରମୁଖ କର୍ମଚାରୀ ମାନେ ସାମିଲ ରହିଛନ୍ତି।