ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ସି/୧୨୭ ବାଟାଲିୟନ ଦ୍ୱାରା ମଙ୍ଗଳବାର ଏକ ଜନସମ୍ପର୍କ ଶିବିର ଓ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଡାକା ଠାରେ ଆୟୋଜିତ ହୋଇଯାଇଛି l ମେଲସିକିଆ, କୁକାଲକିଆ, ସଲାଗୁଡା, ତାକସିଙ୍ଗ ଓ ଡାକା ଗାଁର ୫୦୦ ରୁ ଅଧିକ ଗରିବ ପରିବାର ଲୋକ ମାନଙ୍କୁ ମାଗଣା ଔଷଧ ଓ କମଳ ବଣ୍ଟନ ସହ ସ୍କୁଲ ପିଲାମାନଙ୍କୁ ଖେଳ କୁଦ ଉପକରଣ ତଥା ଗରିବ ଲୋକକୁ ବାସନ କୁସନ ଇତ୍ୟାଦି ବଣ୍ଟନ କରାଯାଇଥିବାରୁ ଉପକୃତ ହୋଇପାରିଛନ୍ତି । ଏହି ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା | ଏଥିରେ ଡ.ଅର୍ଚନା ଶ୍ରୀହରେ ଭାରତୀୟ ପୋଲିସ ସେବା ଇ.ଜି.ପି. ଓଡିଶା ସେକ୍ଟର, ଅଜିତ ସଂଗବାନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ପରିଚାଳନା ), ଅସିତ କୁମାର ଚୌଧୁରୀ କମାଡେଣ୍ଟ , ଯତୀନ୍ଦେର ପାଲ ସିଂ କମାଣ୍ଡେଣ୍ଟ, ୧୨୭ ବାଟାଲିୟନ ତଥା ବଟାଲିୟନର ଅନ୍ୟ କର୍ମୀ, ସିଆରପିଏଫ ୧୨୭ ବାଟାଲିୟନ କମାଡେଣ୍ଟ ,ସଲାଗୁଡା ସରପଞ୍ଚଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଡ଼. ଅର୍ଚନା ଶ୍ରୀହରେ ପ୍ରକାଶ କରିଛନ୍ତି l