Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚ ରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ।

କୋକସରା:୧୪/୧୨ କୋକସରା ବ୍ଲକ ଝରିଆଗୁଡା କାଜୁ ବଗିଚା ଛକ ପୁର୍ତ୍ତ ବିଭାଗ ରାସ୍ତା ରୁ ମୂଷାପାଲି ଓ ଡାଲଗୁମା ପଞ୍ଚାୟତ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ବେଳେ ରାସ୍ତାରେ ବଡ଼ ବଡ଼ ଖାଲ ଖମା ଯୋଗୁ ଏହି ଅଞ୍ଚଳ ର ଜନସାଧାରଣ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଏନେଇ ଅଞ୍ଚଳବାସୀ ମାନେ ଅନେକ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ଥାନୀୟ ପ୍ରଶାସନ ଓ ଶାସକ ଦଳର ପ୍ରତିନିଧି ଙ୍କୁ ଅଭିଯୋଗ କରି ଆସୁଥିଲେ,ରାସ୍ତା ଶୋଚନୀୟ ହୋଇଥିବା ନେଇ ଅନେକ ସମୟରେ ଖବରକାଗଜ ରେ ମଧ୍ୟ ଖବର ପ୍ରଶାସନ ର ଦୃଷ୍ଟି ଆକର୍ଷଣ ହୋଇଥିବା ସ୍ଥଳେ ମଧ୍ୟ କୌଣସି ଫଳପ୍ରଦ ହୋଇ ନଥିବା ବେଳେ ଡାଲଗୁମା ଗ୍ରାମର ଦୁଇଜଣ ସମାଜସେବି କେତୁରାମ ମାଝୀ ଓ ଭୁବନେଶ୍ୱର ମାଝୀ ନିଜସ୍ଵ ଉଦ୍ୟମ ରେ ନିଜ ଖର୍ଚ୍ଚ ରେ ଗୁରୁବାର ଜେସିବି ଓ ଟ୍ରାକ୍ଟର ଲଗାଇ ରାସ୍ତାରେ ଥିବା ଖଳାଖମା ରେ ମୋରମ ପକାଇ ରାସ୍ତା ସମତୁଲ କରିଛନ୍ତି, ଫଳରେ ଏହି ରାସ୍ତାରେ ଯାତାୟାତ ରେ ଲୋକେ କିଛି ମାତ୍ରାରେ ସୁବିଧା ପାଇବେ, ସମାଜସେବୀ ଙ୍କ ଏହି ମହାନତା କୁ ଅଞ୍ଚଳ ର ଜନସାଧାରଣ ପ୍ରସଂଶା କରିଛନ୍ତି। ରାସ୍ତା ନିର୍ମାଣ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀ ଙ୍କ।ପ୍ରତିକ୍ରିୟା ନେବାରୁ ରାସ୍ତା ନିର୍ମାଣ ପାଇଁ ଇଷ୍ଟିମେଟ ଯାଇଛି, ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଳି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories