Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆର ଆଇ ଅଫିସ ଆଗରେ ବିକ୍ଷୋଭ ଓ ଦାବିପତ୍ର ଦେଲେ ବିଜେପି ନେତା।

କୋକସରା:୧୫/୧୨
ଓଡିଶା ବିଜେଡି ସରକାର ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର, କୃଷକ ମାରଣା ନୀତି, ଅସାଧୁ ମଦ ବ୍ୟବସାୟୀ ଙ୍କୁ ପ୍ରୋତ୍ସାହିତ କରି ଅର୍ଥ ଠୁଳ,ମହିଳା ହିଂସା, ବେରୋଜଗାରୀ, ବିଦ୍ୟୁତ ଦର ନିୟନ୍ତ୍ରଣ ରେ ବିଫଳତା ସହ ଟାଟା ପାୱାର କମ୍ପାନୀ କୁ ଅନୁକମ୍ପା, ବିପର୍ଯ୍ୟସ୍ତ ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟୟ, ଆଵାସ ଯୋଜନା ରେ ଅନିୟମିତତା, ପିଡ଼ିଏସ ଓ ଶିଶୁ ଖାଦ୍ୟ ରେ ଦୁର୍ନୀତି ଭଳି ଅଭିଯୋଗରେ କୋକସରା ବ୍ଲକ ମୋଟେର ମଣ୍ଡଳ ଡ଼ହଗାଁ ରାଜସ୍ୱ ନିରୀକ୍ଷକ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି। ମୋଟେର ମଣ୍ଡଳ ସଭାପତି ସ୍ଵୟମ୍ବର ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଆର୍ତ୍ତତ୍ରଣ ମହାପାତ୍ର, ମୁଖ୍ୟ ବକ୍ତା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ପ୍ରଭାରୀ ବରିଷ୍ଠ ନେତା ଜନାର୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର,ମେକ ଇନ ଇଣ୍ଡିଆ ପ୍ରଭାରୀ ବଲାଙ୍ଗୀର ହିମାଂଶୁ ପଣ୍ଡା, ମନୋଜ କୁମାର ମେହେର,ବିଜେପି ରାଜ୍ୟ ନେତ୍ରୀ କୁନ୍ତି ପାଳ, ପୂର୍ବତନ ଜିଲ୍ଲା ପରିଷଦ ଅମୋଜ କୁମାର ପଣ୍ଡା ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଞ୍ଚ ପରିଚାଳନା ଯୁବନେତା ସୁଜିତ ସିଂ ରାଜପୁତ କରିଥିଲେ।ପରେ ସ୍ଥାନୀୟ ଡ଼ହଗାଁ ଆର.ଆଇ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଜିଲ୍ଲା ବିଜେପି ସଭାପତି ସମେତ ଅନ୍ୟ ନେତୃବୃନ୍ଦ ଡ଼ହଗାଁ ଧାନ ମଣ୍ଡି ପରିଦର୍ଶନ କରି ସ୍ଥାନୀୟ ଚାଷି ଙ୍କ ସହ ମଣ୍ଡି ରେ ଧାନ ବିକ୍ରି ନେଇ ଆଲୋଚନା କରିଥିଲେ। ଚାଷି ମାନେ କ୍ୱିଣ୍ଟାଲ ପିଛା ୫ କେଜି କଟନୀ ରେ ମଣ୍ଡି ରେ ଧାନ ଉଠାଣ ଅଭିଯୋଗ ସହ ମଣ୍ଡି ଚାଷୀ ଙ୍କ ପାଇଁ ସେଡ଼ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।