Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଲକ୍ଷ ର ହାଇମେକ୍ସ ଲାଇଟ ଦୁଇ ମାସରେ ଫୁସ୍ବେହେରା ପଞ୍ଚାୟତ ରେ ଅଧିକାଂଶ ଷ୍ଟ୍ରିଟ ଲାଇଟ ଅଚଳ

କୋକସରା:୧୫/୧୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଦନେଶ୍ୱରୀ ମନ୍ଦିର ମଧ୍ୟରେ ଲାଗିଥିବା ହାଇମେକ୍ସ ଲାଇଟ ଅଚଳ ହୋଇ ପଡ଼ିଥିବା ନଜର କୁ ଆସିଛି । ଧର୍ମଗଡ଼ ବିଧାୟକ ଙ୍କ ଲୋକାଲ ଏରିଆ ଡେଭଲପମେଣ୍ଟ ଫଣ୍ଡ ରୁ ବେହେରା ଦନ୍ତେଶ୍ୱରୀ ମନ୍ଦିର ଛକରେ ଏହା ଗତ ଅକ୍ଟୋବର ମାସ ରେ ଜନୈକ ଠିକାଦାର ଦ୍ୱାରା ବ୍ୟବସ୍ଥିତ କରାଯାଇଥିଲା । ଅନେକ ଦିନର ଦାବି ପୁରଣ ହୋଇଥିବା ଦେଖି ଲୋକେ ଉତଫୁଲ୍ଲିତ ହୋଇଥିଲେ, କିନ୍ତୁ ମାତ୍ର କେଇଟି ଦିନରେ ଉକ୍ତ ଲାଇଟ ଅଚଳ ହୋଇଯିବାରୁ ଲୋକଙ୍କ ମନରେ ଗଭୀର ଆଘାତ ଲାଗିବା ସହ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଙ୍କ ପ୍ରତି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାର ପୁନଃ ମରାମତି ପାଇଁ ସଂପୃକ୍ତ ଠିକାଦାର, ଅଧିକାରୀ ଓ ବିଧାୟକ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମରାମତି ହୋଇ ନ ପରିବା ଦୁର୍ଭାଗ୍ୟ ର ବିଷୟ ବୋଲି ବେହେରା ସରପଞ୍ଚ କୁମୁଦିନି ଗଈନ୍ତା ପ୍ରକାଶ କରିଥିଲେ ।ବିଧାୟକ ପ୍ରତିନିଧି ମାନସ ବାଗ ଙ୍କୁ ପଚାରିବାରୁ ବର୍ଷା ଯୋଗୁ ଲାଇଟ ଖରାପ ହୋଇଥିବ,ହାଇମେକ୍ସ ଲାଇଟ ର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ରହିଛି , ଶୀଘ୍ର ମରାମତି କରାଯିବ ବୋଲି କହିଥିଲେ ।ବେହେରା ଗ୍ରାମ ପଞ୍ଚାୟତ ଦ୍ୱାରା ସଂଯୋଗ କରାଯାଇଥିବା ଷ୍ଟ୍ରି ଟ ଲାଇଟ ମଧ୍ୟ ଏତେ ନିମ୍ନ ମାନର ଯେ, ସଂଯୋଗ ର ମାତ୍ର ଅଳ୍ପ ଦିନରେ ଲାଇଟ ଗୁଡାକ ଅଚଳ ହୋଇ ମାସ ମାସ ପଡି ରହିଛି। ବେହେରା ଜଗନ୍ନାଥ ମନ୍ଦିର ଛକ, ସ୍କୁଲ ଛକ,ସାହୁପଡା ଛକ, ଶିବ ମନ୍ଦିର ପଡ଼ା, ବଡ଼ ନାଏକ ପଡ଼ା ତଥା ବାଙ୍କୀମୁଣ୍ଡା ରେ ଲାଗି ଥିବା ସମସ୍ତ ଷ୍ଟ୍ରୀଟ ଲାଇଟ ଅନେକ ମାସ ରୁ ଅଚଳ ହୋଇ ପଡିଛି। ଡ଼ିଆରଡିଏ ରୁ ଗ୍ରାମ ପଞ୍ଚାୟତ କୁ ଅତି ନିମ୍ନମାନର ଷ୍ଟ୍ରିଟ ଲାଇଟ ଯୋଗାଇ ଦେଉଥିବା ଯୋଗୁ ଏପରି ଦୁରାବସ୍ଥା ଦେଖିବାକୁ ମିଳୁଛି ଓ ଅଳ୍ପ ଦିନ ମଧ୍ୟରେ ସମସ୍ତ ଷ୍ଟ୍ରିଟ ଲାଇଟ ଡି ଆର ଡି ଏ କୁ ଫେରସ୍ତ କରିଦିଆଯିବ ବୋଲି ବେହେରା ସରପଞ୍ଚ ପ୍ରକାଶ କରିଥିଲେ । ସରକାରଙ୍କ ଦ୍ୱାରା ଗାଁ ଗାଁ ରେ ଷ୍ଟ୍ରୀଟ ଲାଇଟ ସଂଯୋଗ କରି ଗ୍ରାମ୍ୟ ପରିବେଶ କୁ ଅନ୍ଧକାର ରୁ ମୁକ୍ତ କରିବାକୁ ଐତିହାସିକ ଯୋଜନା କରାଯାଉ ଥିଲେ, ଲାଭଖୋର ଅଧିକାରୀ ଓ ଠିକାଦାର ଙ୍କ ଦ୍ଵାରା ସବୁ ଯୋଜନା ଭଣ୍ଡୁର ହେଉଥିବା ଦେଖାଯାଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଵିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସମାଜସେବୀ ଘନଶ୍ୟାମ ପଟେଲ,ପୁର୍ବତନ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି,ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ତଥା ବେହେରା ଗ୍ରାମପଞ୍ଚାୟତ ସ୍ଥ ଅନେକ ସାଧାରଣ ଲୋକେ ଦାବି କରିଛନ୍ତି।