Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ ନିଯୁକ୍ତି ମେଳା

କଳାହାଣ୍ଡି, ୧୫/୧୨ (ଜଗନ୍ନାଥ ନାଏକ) : ଆଜି ଭବାନୀପାଟଣା ସ୍ଥିତ ଡି ଆଇ ଇ ଟି ସ୍କୁଲ ପଡିଆ ରେ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏହି ନିଯୁକ୍ତି ମେଳା ରେ ୨୮ ଟି ନିଯୁକ୍ତିଦାତା ସଂସ୍ଥା ଓ ୧୦ ଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେଇଥିଲେ।ଏହି ମେଳା ରେ ୨୬୭୫ ଜଣ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଭାଗ ନେଇଥିଲେ ଓ ୧୦୪୫ ଜଣ ବିଭିନ୍ନ ସଂସ୍ଥା ସହିତ ସହବନ୍ଧିତ ହୋଇଥିଲେ। ଏହି ମେଳା ରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥି ,କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଯୁବ କଲ୍ୟାଣ ଅଧିକାରୀ ମଧୁଲିକା ସା ପ୍ରମୁଖ ଯୁବକ ଯୁବତୀ ମାନଙ୍କୁ ଏହି ସୁଯୋଗ ର ଫାଇଦା ନେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ନିଯୁକ୍ତି ମେଳା ରେ ୟୋକହାମା ଟାୟାର, ବିଶାଖାପାଟଣା, ହେଟେରୋ ଲାବ, ରିଲିଆନ୍ସ ଜିଓ, ପିଆଜିଓ ଅଟୋମୋବିଲ, ମୁଥୁତ ଫାଇନାନ୍ସ, ଏଲ୍ ଏଣ୍ଡ ଟି ଆଦି ୨୯ ଟି କମ୍ପାନୀ ଭାଗ ନେଇଥିଲେ।ତାଲିମ ଭିତିକ ସଂସ୍ଥା ମଧ୍ୟ ରେ ବେଦାନ୍ତ, ଶାହୀ ଏକ୍ସପୋର୍ଟ, ସି ଟି ଟି ସି, ଡାଟା ପ୍ରୋ ଭଳି ୧୦ ଗୋଟି ସଂସ୍ଥା ଯୋଗ ଦେଇଥିଲେ। ଏହି ମେଳା ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ, ଜିଲ୍ଲା ସୂଚନା ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି ସି ଇ ଓ ଓର୍ମାସ ଜର୍ଜ କେର୍କେଟା , ଶିଶୁ ସୁରକ୍ଷା ଅଧିକାରୀ ଅଂଶୁମାନ ବାବୁ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ଅମ୍ବୁଜ ତିୱାରୀ,ସରକାରୀ ଆଇ ଟି ଆଇ ଭବାନୀପାଟଣା ର ସରୋଜ କୁମାର ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ।ଏହି ମେଳା ରେ ଦକ୍ଷତା ବିକାଶ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା।