କଳାହାଣ୍ଡି,୧୬/୧୨-ଓଡ଼ିଶା ଉଠା ଜଳସେଚନ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଖନନ ପାଇଁ ଚାଷୀଙ୍କ ଅଂଶଧନ ପୈଠ ଅବଧି ବ୍ରୁଦ୍ଧି ପାଇଛି ! ଆଜି ଶେଷ ହେଉଥିବା ଧାର୍ଯ୍ୟ ତାରିଖ ବଦଳରେ ଚାଷୀମାନେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ୟୁନିୟନ ବ୍ୟାଙ୍କ ଶାଖାରେ ନିଜ ନିଜର ଅଂଶଧନ ଜମା କରିପାରିବେ ! ଧାନ ଅମଳ କରିବାର ଘନଘଟା ସମୟ ମଧ୍ୟରେ ଏବଂ ଗୋଟିଏ ବୋଲି ୟୁନିୟନ ବ୍ୟାଙ୍କକୁ ଏହା ଜମା କରିବାକୁ ଏକାଧିକାର ଦିଆଯିବାରୁ ଚାଷୀମାନେ ନାହିଁ ନଥିବା ହଇରାଣର ଶିକାର ହେଉଥିଲେ ! ବ୍ୟାଙ୍କ ଶାଖା ଆଗରେ ଚାଷୀଙ୍କ ଲମ୍ବା ଲାଇନ ଲାଗିଥିବାବେଳେ ଶହଶହ ଚାଷୀ କାନମୁଣ୍ଡ ଆଉଁସି ଘରକୁ ଫେରୁଥିଲେ ! ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢୁଥିବାବେଳେ ଏ ସଂପର୍କରେ କିଛି ଚାଷୀ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ! ବିଧାୟକ ଶ୍ରୀ ମିଶ୍ର ଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ! ଫଳସ୍ବରୂପ, ଗଭୀର ନଳକୂପ ଖନନ କାର୍ଯ୍ୟକ୍ରମରେ ବିଦ୍ୟୁତ ସଂଯୋଗ ଓ ସୌରଶକ୍ତି ପମ୍ପ ପାଇଁ ଚାଷୀମାନେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ନିଜର ଅଂଶଧନ ଦାଖଲ କରିପାରିବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।