କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଓ ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାନାବିରା ଓ ଖଇରଭାଡି ଗ୍ରାମ ରେ କୋର କାରବନ ଏକ୍ସ ସୋଲୁସନ ପ୍ରାଇଭେଟ ଲିମିଟେଡ଼ ଓ କଳାହାଣ୍ଡି ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦlପ୍ତା ସଂସ୍ଥା ର ମିଳିତ ଆନୁକୂଲ୍ୟରେ ଧାନ ସଶ୍ୟ ଅମଳ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ କୋର କାର୍ବନ ଏକ୍ସ ତରଫରୁ ସ୍ମୃତି ରଞ୍ଜନ ସେଠି ଏବଂ ଦାପ୍ତା କଳାହାଣ୍ଡି ର ସୁରେନ୍ଦ୍ର ପଧାନ ଓ ଗୋବିନ୍ଦ ମିଶ୍ର ଯୋଗ ଦେଇ ଓଦା ଧାନ ଅଦଳ ବଦଳ, ଓଦା ଶୁଖିଲା ଜଳ ପରିଚାଳନା ପଦ୍ଧତି ଗୁଡିକ ଉପରେ ଆଲୋଚନା କରିବା ସହ ଧାନ ଗଛ ବୃଦ୍ଧି, ରୋଗପୋକ ନିୟନ୍ତ୍ରଣ ବିଷୟ ରେ ଚାଷୀ ଙ୍କୁ ସଠିକ ଅବଗତ କରେଇବା l ଏହି ଶସ୍ୟ କାଟ ପାରିକ୍ଷଣ ଚାଷୀ ମାନଙ୍କ ଜମିରେ ୫ ମିଟର ଲମ୍ବ ଓ ୫ ମିଟର ଓସାର ବିଶିଷ୍ଟ ଜାଗା ରେ କରାଯାଇ ଆର୍ଦତ୍ରା ମାତ୍ରା ଓ ଉତ୍ପାଦନ ପରିମାଣ କୁ ଆକଳନ କରାଯାଇଥିଲା l