Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଲ ଜନ ସମାବେଶ।

କୋକସରା,୧୭।୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି।କୋକସରା ପ୍ରବେଶ ପୂର୍ବରୁ ହଜାର ହଜାର ହଜାର ସଂଖ୍ୟାରେ ତାଙ୍କ ସମର୍ଥକ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ସମାଜସେବୀ ମଧୁ ମହାନ୍ତି ଓ ତାଙ୍କ ସୁପୁତ୍ର ତିଲକରାଜ ମହାନ୍ତି ଙ୍କୁ ବିଭିନ୍ନ ସାଂସ୍କୃତିକ ଦଳ ମଧ୍ୟରେ ସଭା ପଡ଼ିଆ କୁ ପାଛୋଟି ଆଣିଥିଲେ। କଳାହାଣ୍ଡିର ବିକାଶରେ ମଧୁ ମହାନ୍ତିଙ୍କ ଭାଗିଦାରୀକୁ ମନେପକାଇ ଉପସ୍ଥିତ ଜନସାଧାରଣ ନାରାବାଜି କରିଥିଲେ। ସାଧାରଣ ସଭା ରେ ମଧୁ ମହାନ୍ତି କଳାହାଣ୍ଡି ଜିଲ୍ଲାର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ ସେଥିପାଇଁ ସମସ୍ତ ଆଗେଇ ଆସିବାକୁ ଶ୍ରୀମହାନ୍ତି ଆହ୍ବାନ ଦେଇଥିଲେ। ଏହି ଅବସରରେ ମଧୁ ମହାନ୍ତିଙ୍କ ସୁପୁତ୍ର ତିଲକ ରାଜ ମହାନ୍ତି କହିଥିଲେ ଯେ’ ବାପା ଯେଉଁଭଳି ଭାବେ କଳାହାଣ୍ଡି ଜିଲ୍ଲା ବିକାଶର ସ୍ବପ୍ନ ଦେଖିଛନ୍ତି ଓ ସମାଜସେବା କରି ଆସୁଛନ୍ତି ତାଙ୍କ ହାତକୁ ଆହୁରି ମଜବୁତ କରିବା ପାଇଁ ଆପଣ ମାନଙ୍କ ସହଯୋଗ ଜରୁରୀ ରହିଛି। ଯୁବଗୋଷ୍ଠୀଙ୍କୁ କିପରି ରୋଜଗାର ଦିଆଯିବ, ସ୍ବଚ୍ଛ ଶାସନ ଓ ସ୍ବଚ୍ଛ ସେବା ପାଇଁ ଆପଣ ମାନଙ୍କ ସହଯୋଗ ଜରୁରୀ ତେଣୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶର କୋକସରା ଓ ଧର୍ମଗଡ଼ ବ୍ଳକରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।