Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେବାପା ଓ ଜେଜେମାଆ ସମ୍ମିଳନୀ

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଏବଂ ଜେଜେମାଆ ଙ୍କର ଏକତ୍ରିକରଣ ଉପଲକ୍ଷେ “ପ୍ରଣାମ ଜେଜେବାପା ଓ ଜେଜେମା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ | ହନୁମାନ ମନ୍ଦିରର ପୂଜକ ସାଧୁ ବୀରେନ୍ଦ୍ର ବାବା, ଜଳେଶ୍ୱର ମନ୍ଦିରର ପୂଜକ କାର୍ତ୍ତିକ ମହାପାତ୍ର, ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କା, ଉପସଭାପତି ପ୍ରସନ୍ନ ସାହୁ, ବିଦ୍ୱତ ପରିଷଦର ସମ୍ପାଦକ ବିଭୁତି ଭୂଷଣ ମଲ୍ଲିକ, ସଭାପତି ନିରଦ ଦେଶୀନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଲୋଚନା କରିଥିଲେ | ଏହି ଅବସରରେ ଜେଜେବାପା, ଜେଜେମା, ଅଜା, ଆଈ ଯୋଗଦେଇ ଆଜିର ଯୁଗରେ ନାତି ନାତୁଣୀ ଙ୍କ ସହ ଜେଜେମା ଓ ଜେଜେବାପା ଙ୍କ ସମ୍ପର୍କ ଧୀରେ ଧୀରେ କମିଯାଉଛି ବୋଲି ଦୁଃଖ ପ୍ରକାଶ କରିଥିଲେ | ଆଗର ଯୌଥ ପରିବାର ପୁନଶ୍ଚ ଫେରେଇ ଆଣିବା ଦରକାର ବୋଲି ଜେଜେବାପା, ଜେଜେମାଆ ମାନଙ୍କର ଭୂମିକା ବିଶେଷ ଭାବେ ରହିଛି ବୋଲି ପ୍ରଧାନ ଆଚାର୍ଯ୍ୟ ମତ ଦେଇଥିଲେ | ଏହି ଅବସରରେ ଜେଜେମା ମାନଙ୍କ ହୁଳହୁଳି ପ୍ରତିଯୋଗିତା ହୋଇଥିଲା ବେଳେ ଜେଜେପା ଙ୍କ ମାନଙ୍କ ଶଙ୍ଖ ଫୁଙ୍କା ପ୍ରତିଯୋଗିତା ହୋଇଥିଲା | ହୁଳହୁଳି ରେ ମଞ୍ଜୁଲତା ପରିଡା, ତୁଳସୀ ପ୍ରଧାନ, ସୁକୁମାରୀ ପଣ୍ଡା କୃତିତ୍ୱ ଅର୍ଜନ କରିଥିଲା ବେଳେ ଶଙ୍ଖଫୁଙ୍କାରେ ଚନ୍ଦ୍ରମଣି ପଣ୍ଡା, ବୀରେନ୍ଦ୍ର ପାଟମାଝି ଓ ମଙ୍ଗୁଲୁ ପରିଛା ପୁରସ୍କୃତ ହୋଇଥିଲେ | କାର୍ଯ୍ୟକ୍ରମରେ ଆଚାର୍ଯ୍ୟା ସ୍ନେହଲତା ଲେଙ୍କା, ସରସ୍ଵତୀ ନାୟକ, କେତକୀ ନାୟକ, ଯଶୋଦା ପାତ୍ର, ଜ୍ୟୋତ୍ସ୍ନାରାଣୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ |