Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗାଣ ବିଭାଗ ର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ସହ ଜବତ।

କୋକସରା:୧୭/୧୨ କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ଟିମ ର ଚଢ଼ାଉ ସମୟରେ ଧର୍ମଗଡ଼ ଉପଖଣ୍ଡ।ଦେଇ ପଡୋଶୀ ରାଜ୍ୟ ଛତିଶଗଡ଼ କୁ ଚୋରା ଚାଲାଣ ସମୟରେ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ବାହାର କୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ ଜାରି କରୁଥିବା ସମୟରେ ରବିବାର ବେହେରାଗୁଡା ନିକଟରେ ଚୋରା ଚାଲାଣ ଧାନ ବୋଝେଇ ପିକ ଅପ ଗାଡି ନମ୍ବର OD08T5877 0R 08 H 3365 କୁ ଜବତ କରି ୩୬.୦୭ କ୍ୱିଣ୍ଟାଲ ଓ ୨୪ କ୍ୱିଣ୍ଟାଲ ଧାନ ଜବତ ଓ ୨ ଗାଡି କୁ ଜବତ କରି।ଦୁଇ ଗାଡି ର ଡ୍ରାଇଭର ଅଶ୍ୱିନୀ ହଂସ ଓ ସୁନା ନାଏକ କୁ ଅଟକ ରଖିଥିବା ଜଣାପଡିଛି ଜବତ ଧାନ କୁ ଧର୍ମଗଡ଼ ର ଏକ ମିଲ ରେ ଜିମା ଦିଆଯାଇଛି।ଚଢ଼ାଉ ରେ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ ସମେତ ଧର୍ମଗଡ଼ ବ୍ଲକ ଏମ ଆଇ ପ୍ରଶାନ୍ତ ଦାସ, ଜୟପାଟଣା ଏମ ଆଇ ପ୍ରିୟ ରଞ୍ଜନ ନାଏକ ଓ କୋକସରା ଏମ ଆଇ ଜଗାରାମ ମୁର୍ମୁ ଙ୍କ ଉପସ୍ଥିତି ତଦନ୍ତ କରାଯାଉଛି। ଏହି ଚଢ଼ାଉ ଜାରି ରହିବ ବୋଳି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏନଫୋର୍ସମେଣ୍ଟ ଟିମ ର ଚଢ଼ାଉ ପରେ ଅସାଧୁ ଚୋରା ବ୍ୟବସାୟୀ ଙ୍କ ମଧ୍ୟରେ ଛନକା ପଶିଛି।