ମର୍ମନ୍ତୁଦ ସଡକ ଦୁର୍ଘଟଣା,୨ ମୃତ-୨ ଆହତ,କୋକସରା ପୋଲିସ ର ତଦନ୍ତ ଜାରି।

କୋକସରା ୧୭/୧୨ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା-ଖପରାମାଲ ରାସ୍ତାରେ ରବିବାର ଅପରାହ୍ନ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିତ ହୋଇଛି । ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗଭୀର ଆଘାତ ହୋଇଥିବା ଜଣା ପଡ଼ିଛି ।ସୂଚନା ଅନୁସାରେ ମୁଶାପାଲି ଗ୍ରାମର ଜିତେନ୍ଦ୍ର ଦୁର୍ଗା(୨୪)ଓ ଜିତେନ୍ଦ୍ର ସାଗର(୨୩) ବେହେରା ହାଟ ରୁ ସଉଦା କରି ମୁଷାପାଳି ଫେରୁ ଥିବା ବେଳେ ଡ଼ହଗାଁ ର ପବିତ୍ର ବାଗ(୪୦) ଓ ନୂଆଗୁଡା ର ଗୁପ୍ତେଶ୍ଵର ବାଗ(୩୫) ଏକ ବାଇକ ରେ ବେହେରା ହାଟ ଯାଉଥିବା ବେଳେ ଖପରାମାଲ ରାସ୍ତା ରେ ଉଭୟଙ୍କ ବାଇକ (ଓଡ଼ି୦୮ ଏଫ୬୧୯୧, ଓଆର୦୮ଇ ୭୧୯୬) ଭୟଙ୍କର ଦୁର୍ଘଟଣା ର ଶିକାର ହୋଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପର୍ଲା ଡାକ୍ତରଖାନା କୁ ପଠାଯିବା ପରେ ଡାକ୍ତର ପବିତ୍ର ବାଗ ଓ ଜିତେନ୍ଦ୍ର ଦୁର୍ଗା(କାଜୁ) ଦୁଇଜଣ ଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଦୁଇ ଜଣ ଙ୍କ ସ୍ଥିତି ଗମ୍ଭୀର ଥିବାରୁ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନା କୁ ରେଫର କରାଯାଇ ଥିଲା। ଘଟଣାସ୍ଥଳରେ କୋକସରା ପୋଲିସ ଥାନା ରୁ ଏସ ଆଇ ହେମନ୍ତ କୁମାର ପାତ୍ର,ଦିବ୍ୟମାଝୀ, ଉଦିତ ଗହୀର ପୂର୍ଣ ସୌରା ପ୍ରମୁଖ ପହଞ୍ଚି ବାଇକ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରି, ମୃତକଙ୍କ ଶବ କୁ ପୋଷ୍ଟ ମାଡର୍ମ ପାଇଁ କୋକସରା ପଠା ଯାଇଥିବା ସୂଚନା ଦେଇଥିଲେ ।