Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜସେବୀ ସ୍ବର୍ଗତ ଶଙ୍କରଲାଲ ଜୈନ୍ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମାନବ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ସ୍ବର୍ଗତ ଶଙ୍କର ଲାଲ ଜୈନ୍ ଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ ଜୈନ୍ ଫର୍ଣିଚର୍ ପାଖରେ ମହା ଆଡ଼ମ୍ବରରେ ଉନ୍ମୋଚିତ ହୋଇଯାଇଛି।ପ୍ରତିମୂର୍ତ୍ତି କୁ ଉନ୍ମୋଚିତ କରିଛନ୍ତି କେସିଙ୍ଗା ର ପ୍ରସିଦ୍ଧ ଡାକ୍ତର ଡ ହେମ ସାଗର ସାହା ଓ ଶଙ୍କର ଲାଲ ଜୈନ୍ ଙ୍କ ପତ୍ନୀ ପ୍ରସନ୍ନ ଜୈନ୍। ଏଠାରେ ପ୍ରକାଶ ଥାଉ କି କେସିଙ୍ଗା ର ମାନବ ସେବା ଟ୍ରଷ୍ଟ ଅଞ୍ଚଳ ର ଗରିବ ,ବାସହୀନ ପରିବାରକୁ ଘର ଘର ଯାଇ ତାଙ୍କ ନିତିଦିନିଆ ଜୀବନରେ ଆସୁଥିବା ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ।ସ୍ବର୍ଗତ ଶଙ୍କର ଲାଲ ଜୈନ୍ ଙ୍କ ସ୍ଵର୍ଗବାସ ପରେ ତାଙ୍କ ପୁତ୍ର ସଚିନ ଜୈନ୍ ମାନବ ସେବା ଟ୍ରଷ୍ଟ କୁ ସୁରୁଖୁରୁରେ ଚାଲାଇ ଚାଲିଛନ୍ତି। ଓ ଲୋକଙ୍କ ସେବାରେ ସମୟ ଅତିବାହିତ କରୁଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ