Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା ର କନିଷ୍ଠ ବୈଜ୍ଞାନିକ ଓଁ ରାଜ୍ ମିଶ୍ର ଇସ୍ରୋ ଯିବା ପାଇଁ ଚୟନ।ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନିତ

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : କେସିଙ୍ଗା ଶିଶୁ ବିଦ୍ୟାମନ୍ଦିର ର ନବମ ଶ୍ରେଣୀ ଛାତ୍ର ଓଁ ରାଜ୍ ମିଶ୍ର ଗତକାଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ ରେ ଅନୁଷ୍ଠିତ ଯୁବ ମହାକାଶ ଯାତ୍ରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଚୟନ ହୋଇ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟ କୁ ଯିବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି।ରାଜ୍ୟରେ ଚୟନ ହୋଇଥିବା ୨୦ ଜଣ ଙ୍କ ମଧ୍ୟରେ ଓଁ ରାଜ ସ୍ଥାନ ପାଇଛନ୍ତି। ବୁଧବାର ଦିନ ପଠାଣି ସାମନ୍ତ ପ୍ଲାନଟୋରିୟମ ରେ ଟାଟା ଷ୍ଟିଲ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗୋଦାନ କରି କନିଷ୍ଠ ବୈଜ୍ଞାନିକ ମାନଙ୍କୁ ସମ୍ମାନିତ କରିଥିଲେ। ଏହି ଖବର ଜଣାପଡିବା ପରେ ଓଁ ରାଜ ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି। ତାଙ୍କର ନିଜସ୍ୱ ଉଦ୍ୟମ ରେ ଓଁରାଜ ପହଞ୍ଚିଥିବା କହିଛନ୍ତି। ସେ କେସିଙ୍ଗା ଗୌନ୍ତିଆ ପଡା ର ବୁଲୁ ମିଶ୍ର ଓ ବନିତା ମିଶ୍ର ଙ୍କ ସାନ ପୁତ୍ର ଅଟନ୍ତି। ବାପାଙ୍କ ର ଏକ ବିରାଟ ଟେଣ୍ଡ ହାଉସ ଥିବା ବେଳେ ମାଆ ଜଣେ ଗୃହିଣୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ